IMG 20260113 WA0230

ଚାରିଦିନିଆ ଚିତ୍ର ମହୋତ୍ସବ ଉଦଯାପିତ

ରାଜ୍ୟ
  • ପ୍ରକୃତି ହିଁ ଚିତ୍ରଶିଳ୍ପୀକୁ ପ୍ରେରଣା ଯୋଗାଏ
ବାରିପଦା: ସୃଷ୍ଟି ର ସଂରଚନା କରିଥିବା ଭଗବାନ ସବୁଠୁ ବଡ଼ ଚିତ୍ର କର ହୋଇଥିବା ବେଳେ ପ୍ରକୃତି ହିଁ ଚିତ୍ର ଶିଳ୍ପୀକୁ ପ୍ରେରଣା ଯୋଗାଇ ଥାଏ ବୋଲି ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି l ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର 36 ତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ  ଚାରି ଦିନିଆ ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ  ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ l  ମୁଖ୍ୟଅତିଥି ଭାବେ ପୂର୍ବତନ ପିସି ସିଏଫ ତଥା ଲୋକାୟୁକ୍ତ ସଦସ୍ୟ ଡ଼ ଦେବବ୍ରତ ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏମ ପି ସି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ଡ଼ ବନଜା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ଙ୍କ ସହିତ ଅଧ୍ୟାପିକା ଆଲପନା ବିଶ୍ୱାଳ ଯୋଗ ଦେଇ ଚିତ୍ର କଳା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ଉଦବୋଧନ ଦେଇ ଥିଲେ l  ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ନିର୍ଦ୍ଦେଶିକା ପ୍ରଣତୀ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଚିତ୍ର ମହୋତ୍ସବରେ କୁନି କୁନି ଚିତ୍ରଶଳ୍ପୀ ଙ୍କ ଦ୍ୱାରା ଅଙ୍କିତ ହୋଇ 500 ରୁ ଅଧିକ ତୈଳ ଚିତ୍ର ସ୍ଥାନ ପାଇଥିଲା l ଅତିଥି ଓ ଚିତ୍ର ପ୍ରେମୀ ଦର୍ଶକ ମାନେ ଏହି ଚିତ୍ର ସମୂହ କୁ ଦେଖି ବେଶ ଆନନ୍ଦିତ ହୋଇଥିଲେ l କୁନି କୁନି ହାତରେ ରଙ୍ଗ ତୁଳୀରେ ଅଙ୍କା ଯାଇଥିବା ଚିତ୍ର ଗୁଡିକ ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ସୃଜନ ଶୀଳତାର ପରି ପ୍ରକାଶ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଶେଷରେ ସମସ୍ତ ଚିତ୍ର ଶିଳ୍ପୀ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିବା ବେଳେ ପ୍ରଥମ ଥର ପାଇଁ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସ ପକ୍ଷରୁ ତିନି କୃତୀ ଚିତ୍ର ଶିଳ୍ପୀ ଙ୍କୁ  ଛାତ୍ର ବୃତ୍ତି ପ୍ରଦାନ କରା ଯାଇଥିଲା l ଶିଳ୍ପୀ ନମିତା ବେଶ୍ରା ଙ୍କୁ 3000 ଟଙ୍କାର ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ଅଭିଲିପସା ପଲଙ୍କୁ 2500 ଟଙ୍କା ଓ ପ୍ରଯ୍ୟୁଷା ମଢେଇଙ୍କୁ 1500 ଟଙ୍କା ର ବୃତ୍ତି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l
 ବିଦ୍ୟାଳୟ ର କଳା ଶିକ୍ଷକ ଜ୍ୟୋତି ରଞ୍ଜନ ମହାପାତ୍ର, ଓମ ପଟ୍ଟନାୟକ, ଜୟଶ୍ରୀ ଦାସ, ତରୁଣ କାନ୍ତି ବେହେରା, ପ୍ରିୟଦର୍ଶିନୀ ପଟ୍ଟନାୟକ, ମହାଶ୍ଵେତା ଜେନା, ସଞ୍ଜୟ କୁମାର ମାରାଣ୍ଡି, ରବି ସିଂ, ଲତାଶା ଦାସ, ସ୍ତୁତି ମହାନ୍ତି,ରଶ୍ମିତା ଦାସ, ଗୁଡଲି ମହାରଣା, ଅଲିଭା ଧଳ, ମାନସୀ ମହାପାତ୍ର ପ୍ରମୁଖ ଚାରିଦିନ ଧରି ଏହି ଚିତ୍ର ମହୋତ୍ସବକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ l
ସ୍ତୁତି ମହାନ୍ତି ଓ କାବ୍ୟାଞ୍ଜଳି ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ l
Shrutilipi ad