ବାରିପଦା : ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଧିନସ୍ଥ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଭୁକ୍ତ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିନସ୍ଥ ପରିବେଶ ଶିକ୍ଷଣ କେନ୍ଦ୍ର (ସି. ଇ. ଏସ ), ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାଭାଗିତାରେ ବାରିପଦାସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ “ଧାରଣୀୟ ଜୀବନ ଶୈଳୀ ସମ୍ପର୍କିତ ” ୭ ଟି ଉପବିଷୟବସ୍ତୁ ଉପରେ ଆଧାରିତ ଜିଲ୍ଲା ର ୨୬ ଟି ବ୍ଲକ ରୁ ମୋଟ ୭୮ ଟି ପ୍ରକଳ୍ପ ଜିଲ୍ଲା ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିଲା l ଉଦଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୋଜଜ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ରୂପେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ମୁଖ୍ୟବକ୍ତା ଭାବେ ଏମପିସି (ସ୍ୱୟଂଶାସିତ )ମହାବିଦ୍ୟାଳୟ, ବାରିପଦାର ସହକାରୀ ପ୍ରଫେସର ଡ଼ ସରୋଜ ନାୟକ, ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପଗୁଡିକର ଭୂୟସୀ ପ୍ରଂଶସା କରିବା ସହ ପରିବେଶ ସମ୍ବନ୍ଧୀୟ ସଚେତନତା ସୃଷ୍ଟି ଏବଂ ବୈଜ୍ଞାନିକ ଚିନ୍ତାଧାରା ପରିପ୍ରକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ l ସ୍ୱାଗତସଂଗୀତ ଆୟୋଜକ ବିଦ୍ୟାଳୟର ଛାତ୍ରୀମାନେ କରିଥିଲେ l ଅତିଥିପରିଚୟ ଓ ଧନ୍ୟବାଦ ଅର୍ପଣ ଶିକ୍ଷୟତ୍ରୀ ମାଧୁରୀ ଦ୍ବିବେଦୀ କରିଥିଲେ l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଳିନୀ କୁମାର ଚୌଧୁରୀ, ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ର ଅଧ୍ୟାପିକା ସ୍ମିତା ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରାଗଧା ର ସିପ୍ରା ମଢୁଆଳ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରିଥିଲେ l
ଉଦଯାପନୀ ଉତ୍ସବ ରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ମୁଖ୍ୟବକ୍ତାରୂପେ ଆଞ୍ଚଳିକ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ଼ ସଂଘମିତ୍ରା ପଟ୍ଟନାୟକ, ସମ୍ମାନିତ ଅତିଥିରୂପେ ଡେପୁଟି ସେକ୍ରେଟେରୀ, ସିଏଚସିଈ, ବାରିପଦା ର ରାଜେଶ କୁମାର ପ୍ରଧାନ,ଏମପିସି (ସ୍ୱୟଂଶାସିତ )ମହାବିଦ୍ୟାଳୟ, ବାରିପଦାର ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ, ସିଈଏସ, ଭୂବନେଶ୍ୱର ରାଜ୍ୟ ସଂଯୋଜକ ଡ଼ ରାଜେଶ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ l କୃତି ଛାତ୍ରଛାତ୍ରୀମାନେ ହେଲେ ବାରିପଦା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ ର ନବଜିତ ସାମଲ, ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ହୃଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ତମ୍ବାଖୁରୀ ର ଦୀପିକା ଦାସ, ମୋରଡା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ, ଗଡିଗାଁ ର କରିସ୍ମା ମହାନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ପୁରସ୍କାର ଅର୍ଥ ରାଶି ସ୍ୱରୂପ ନଗଦ ଅର୍ଥ ରାଶି ଟ. ୪୦୦୦,ଟ. ୩୦୦୦ ଓ ଟ. ୨୦୦୦ ଗ୍ରହଣ କରି ଚଳିତ ଜାନୁୟାରୀ ମାସରେ ଭୂବନେଶ୍ୱର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ରେ ଯୋଗ ଦେବେ l ଅତିଥି ପରିଚୟ ମାଧୁରୀ ଦ୍ବିବେଦୀ ଓ ଧନ୍ୟବାଦ ଅର୍ପଣ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳ ର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ,ଜିଲ୍ଲା ପ୍ରଦର୍ଶନୀ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

