ଆଗରପଡ଼ା : ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାହୁପଡ଼ା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଉକ୍ତ ମନ୍ଦିରର ୫ମ ଶ୍ରେଣୀ ଛାତ୍ର କୁମାର ବିଶାଲ ଦେବ ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତି ରତ୍ନାକର ନାୟକ ଦ୍ୱୀପ ପ୍ରଜ୍ଜଳନ କରି ଦୃଢ ମନୋବଳ ନେଇ ଆଗକୁ ଆଗେଇ ଚାଲିଲେ ଜୀବନରେ ସଫଳତା ହାସଲ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ମାୟାଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ମମତା ରାଣୀ ମିଶ୍ର ସଭାର ଆଭିମୁଖ୍ୟ କଥନ କରିଥିଲେ । ଗୁରୁଜୀ ରମାକାନ୍ତ ମହୁରୀ,ପ୍ରଦୀପ ପାଣିଗ୍ରାହୀ,ଗୁରୁମା ମମତା ମହାନ୍ତି,ରଶ୍ମିତା ପାଣିଗ୍ରାହୀ,ରାଜଶ୍ରୀ ବେହେରା,ସୁମତୀ ସେଠୀ,ସ୍ୱର୍ଣ୍ଣଲତା ଦଳେଇ,ରୁନୁଲତା କଟୁଆଳ,ସୁଚିସ୍ମିତା ଆଇଚ,ଅପା ପଦ୍ମାବତୀ ବେହେରା ଓ ମାତୃଭାରତୀର ସଦସ୍ୟା ମାନେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

