ବାରିପଦା : ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୮ ଉଇକେଟରେ ବିଶାଖାପାଟନମର ଇଷ୍ଟ କୋଷ୍ଟ ରେଲୱେକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଇଷ୍ଟ କୋଷ୍ଟ ରେଲୱେ ୧୮ ଓଭରରେ ୮ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ କିଶୋର କୁମାର ସର୍ବାଧିକ ୩୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଂକୁର ଚୌଧୁରୀ ଓ ବିଶାଳ ଭଟି ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କୋଲକାତା ୧୧. ୪ ଓଭରରେ ୨ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଵିଶାଲ ଭଟି ଅପରାଜିତ ୬୦ ଓ ରିଶାଭ ଚୌଧୁରୀ ଅପରାଜିତ ୫୨ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଆର ପ୍ରସାଦ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଵିଶାଲ ଭଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ଦେବାଶିଷ ଦାସ ଏହି ମ୍ୟାଚକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି ଦାମୋଦର କରଣ, ସମ୍ପାଦକ ଦୀପକ କୁମାର ଦାଶ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ I ୨ୟ ମ୍ୟାଚରେ ଏମ ଏମ ସି ସି, ସମ୍ବଲପୁର ୬ ଉଇକେଟରେ ଖଡ଼ଗପୁର ସେର୍ସା କୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଖଡ଼ଗପୁରର ସେର୍ସା ଟିମ ୨୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ତୀର୍ଥ ରାଜ ସିଂହ ୬୦, ପି ସମେଶ୍ୱର ରାଓ ୩୫ ଓ ରୋହନ ଦାସ ୨୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମନୋଜ କୁମାର ବାରିକ ଓ ରାଜେଶ କୁମାର ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ସମ୍ବଲପୁର ୧୮. ୫ ଓଭରରେ ୪ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ବିବେକ କୁମାର ୭୬ ଓ ରୋହିତ ସାଗର ୫୨ ରନ କରିଥିଲେ I ବିବେକ କୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅତିଥି ଭାବେ ଯୋଗଦେଇ ଯୁବ ସମାଜସେବୀ ସୌମ୍ୟରଞ୍ଜନ ମିଶ୍ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମରପ୍ରୀତ ପ୍ରଧାନ, ବିଶ୍ୱମ୍ବର ମହାକୁଡ଼ ଓ ଇନ୍ଦ୍ରଜିତ ପ୍ରସାଦ ଖେଳ ପରିଚାଳନା କରିଥିବା ବେଳେ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ I ସୁରେଶ ସାଣ୍ଡିଲ, ବୁବୁ ସିନ୍ହା ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ I ଶନିବାର ଦିନ ୧ମ ସେମିଫାଇନାଲ ମ୍ୟାଚ କୋଲକାତା ଓ ଭୁବନେଶ୍ୱର ଏବଂ ୨ୟ ସେମିଫାଇନାଲ ମ୍ୟାଚ ସମ୍ବଲପୁର ଓ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
