Img 20251212 wa0209

ଏମ୍ଏସସିବି ୟୁନିଭାର୍ସିଟିରେ ସୁସଂଗଠିତ ଓରିଏଣ୍ଟେସନ କାର୍ଯ୍ୟକ୍ରମ 

ରାଜ୍ୟ
ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ର ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ ୟୁନିଟ୍ (ଏମ୍‌.ଆର୍‌.ୟୁ) ଦ୍ୱାରା ୧୧ ଡିସେମ୍ବର ୨୦୨୫ ତାରିଖରେ ଏକ ସୁସଂଗଠିତ ଓରିଏଣ୍ଟେସନ୍ କାର୍ୟକ୍ରମ “ଇପିଡିମିଓଲଜିକାଲ୍ ଆସେସମେଣ୍ଟ ଅଫ୍ ପ୍ରିଡାୟାବେଟିସ୍ ଆଣ୍ଡ୍ ଡାୟାବେଟିସ୍ ଥ୍ରୁ ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ସ୍ ଇନ୍ କଲେଜ୍ ଆଣ୍ଡ୍ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍ ଅଫ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ” ବିଷୟରେ, ଏମ୍‌.ଏସ୍‌.ସି.ବି ୟୁନିଭର୍ସିଟି, ବାରିପଦାର କନଭେନସନ୍ ହଲ୍‌ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଏସ୍‌.ସି.ବି. ମେଡିକାଲ୍ କଲେଜର ପ୍ରଫେସର ଡ଼ଃ ଜୟନ୍ତ ପଣ୍ଡା (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍) ଅନଲାଇନ୍ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରି-ଡାୟାବେଟିସ ଓ ଡାୟାବେଟିସ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସଚେତନତା ବିଷୟରେ ଅବଗତ କରିଥିଲେ। ଅନୁଷ୍ଠାନରେ ପି.ଆର୍.ଏମ୍‌.ଏମ୍‌.ସି.ଏଚ୍ ର ଡିନ୍ ଏଣ୍ଡ୍ ପ୍ରିନ୍ସିପାଲ୍ ପ୍ରଫେସର ଡ଼ଃ ପ୍ରତିଭା ପଣ୍ଡା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏମ୍‌.ଆର୍‌.ୟୁ ର ନୋଡାଲ୍ ଅଫିସର ପ୍ରଫେସର ଡ଼ଃ ବୁଧିଆ ମାଝି (ଡିପାର୍ଟମେଣ୍ଟ ଅଫ୍ ପେଡିଆଟ୍ରିକ୍ସ), କୋ-ନୋଡାଲ୍ ଅଫିସର ଡ଼ଃ ଭାଗ୍ୟଶ୍ରୀ ପଣ୍ଡା (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍), ପ୍ରକଳ୍ପର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର୍ ଡ଼ଃ ଭବେଶ ଚନ୍ଦ୍ର ଖଟୁଆ (ଡିପାର୍ଟମେଣ୍ଟ ଅଫ୍ ମେଡିସିନ୍) ଓ କୋ-ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର୍ ଡ଼ଃ ପରମିତା ଦେ (ଡିପାର୍ଟମେଣ୍ଟ ଅଫ୍ ବାୟୋକେମିଷ୍ଟ୍ରୀ) ଉପସ୍ଥିତ ଥିଲେ। ଡ଼ଃ ଭବେଶ ଚନ୍ଦ୍ର ଖଟୁଆ ପ୍ରି-ଡାୟାବେଟିସ୍ ଓ ଡାୟାବେଟିସ୍ ର ପରିସ୍ଥିତି, ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ ମାଧ୍ୟମରେ ମୂଲ୍ୟାଙ୍କନ, ରୋଗ ସଚେତନତା, ପ୍ରତିଷ୍ଠାନୀୟ ଓ ସମ୍ପ୍ରଦାୟ ଲାଭ, ଏବଂ ଭବିଷ୍ୟତ ଗବେଷଣା ଓ ପ୍ରୟୋଗ ସମ୍ପର୍କରେ ସଂକ୍ଷିପ୍ତ ଭାବରେ ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ କରିବା ପାଇଁ ଏମ୍‌.ଆର୍‌.ୟୁ ର ବୈଜ୍ଞାନିକ ଡ଼ଃ ସଶୀଭୂଷଣ ଦାଶ, ଡ଼ଃ ହିମାଦ୍ରି ଗୌରବ ବେହୁରିଆ, ଏବଂ ମିସ୍‌ ମିତାଲି ମହାପାତ୍ର, ମିସ୍‌ ଅଲିଶା ପ୍ରିୟଦର୍ଶିନୀ ପଣ୍ଡା ସମ୍ପୂର୍ଣ୍ଣ ଭାବେ ପ୍ରବନ୍ଧନ କରିଥିଲେ। ୩୦୦ରୁ ଅଧିକ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ଏହାକୁ  ସଫଳ କରିଥିଲେ।