ବାରିପଦା: ଟାଟା ପାୱାର ବିଦ୍ୟୁତ ବିତରଣ ସଂସ୍ଥାର ମେରୀରାୟ ନୀତି କୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଅଛି l କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ଛଟେଇ କରି ସାରିଥିବା ବେଳେ ଆଗକୁ ଆହୁରି ଛଟେଇ କରିବାକୁ ଯାଉଛନ୍ତି। କର୍ମଚାରୀ ମାନଙ୍କ ଜୀବନ ଜୀବିକା କୁ ନେଇ ଖେଳ ଖେଳୁଛି ଟାଟା ପାୱାର ବୋଲି କହିଛନ୍ତି ସଂଘ ର ସାଧାରଣ ସମ୍ପାଦକ ଜ୍ୟତିକୃଷ୍ଣ ବେହେରା l ଏମିତି କି ଉଚ୍ଚ କୁଶଳୀ କର୍ମଚାରୀ ମାନଙ୍କୁ ମନ ଇଚ୍ଛା ବେତନ କାଟ କରୁଛି। ଯାହାକୁ ନେଇ ନେସ୍କୋ ପାଓ୍ବାର ଏଫ୍ଲୋଇଜ ୟୁନିଅନ୍ ପକ୍ଷରୁ ବିରୋଧ କରି ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଓଡ଼ିଶା ଡିସକମ ମୁଖ୍ୟ ଗଜାନନ କାଲେ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୪ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟରତ କର୍ମଚାରୀଙ୍କୁ ଟାଟା ପାୱାର ବିଜନେସ ଆସୋସିଏଟ ସଂସ୍ଥା ମାନେ ଛଟେଇ କରୁଥିବା ବେଳେ ପୁନଃ ନିଯୁକ୍ତି ଦେଉନାହାଁନ୍ତି। ତେଣୁକରି କର୍ମଚାରୀ ମାନଙ୍କ ହିତ ପାଇଁ ଦ୍ଵିପାକ୍ଷିକ ଆଲୋଚନା କରି ତୁରନ୍ତ ସମାଧାନ ନିମନ୍ତେ ଦାବୀ ଗୁଡ଼ିକ ଉପସ୍ଥାପନ କରିଛନ୍ତି। ଦାବି ଅନୁଯାୟୀ, ୨୦୨୨ରୁ କାର୍ଯ୍ୟରତ ୫୫ରୁ ଉର୍ଦ୍ଧ୍ୱ ଡାଟା ଏଣ୍ଟ୍ରି ଅପରେଟରଙ୍କ ଛଟେଇ ବନ୍ଦ କରି ପୁନଃ ନିଯୁକ୍ତି ପ୍ରଦାନ, ଅନୁଭବ କେନ୍ଦ୍ରରେ କାର୍ଯ୍ୟରତ ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ୧୧୦ରୁ ଉର୍ଦ୍ଧ୍ବ ଉଚ୍ଚ କୁଶଳୀଙ୍କ ବେତନ କୁଶଳୀକୁ ପରିବର୍ତ୍ତନ କରାଯାଇଥିବା ବେଳେ ତାହାକୁ ବାତିଲ କରିବା, ଟିପିଏନଓଡିଏଲରେ ବିଭିନ୍ନ ଫିଲ୍ଡ ୟୁନିଟ, ସେକ୍ସନ, ଗ୍ରୀଡ, ୩୩ କେଭି ୧୧ କେଭି ମେଣ୍ଟେନାନ୍ସ, ଏଲ୍.ଟି. ଅପରେସନ ମେଣ୍ଟେନାନ୍ସରେ ଦୀର୍ଘ ୪ ବର୍ଷ ଭିତରେ ଅହେତୁକ ଅଭିବୃଦ୍ଧି ଘଟିଛି। କିନ୍ତୁ ୪ବର୍ଷ ଭିତରେ ରେଗୁଲାର ଏବଂ ଆଉଟ ସୋସିଂ ଠିକା କର୍ମଚାରୀ ମାନଙ୍କ ଅଭିବୃଦ୍ଧି ଘଟିନାହିଁ। ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ୟାଡ଼ଷ୍ଟିକ୍ ଅନୁଯାୟୀ ନୂତନ ନିଯୁକ୍ତି ଓ ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ଆଦି ଦାବି ରହିଛି। ଟାଟା ଗ୍ରୁପରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସକାରାତ୍ମକ ପଦକ୍ଷେପ ମାନ ଗ୍ରହଣ କରି ମାନ ବୃଦ୍ଧି କରିଛନ୍ତି। ରାଜ୍ୟରେ ଟାଟା ପାୱାର ଆସିବା ପରେ ଅନେକ ସଂଖ୍ୟକ ରେଗୁଲାର ଓ ଠିକା କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଯାହା ଦ୍ୱାରା ବେକାରୀ ସମସ୍ୟା ଅନେକ ମାତ୍ରାରେ ଦୂରୀଭୂତ ହେବାରେ ସହାୟକ ହୋଇଛି। ତେବେ ବର୍ତ୍ତମାନ ଏହିପରି କର୍ମଚାରୀ ଛଟେଇ କରିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁକରି ଦାବି ଗୁଡ଼ିକ ତୁରନ୍ତ ସମାଧାନ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ଆବଶ୍ୟକତା ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନକରିଲେ ଆଗକୁ ଶ୍ରମିକ ଆନ୍ଦୋଳନ ତୀବ୍ର ରୂପ ଧାରଣା କରିବ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ଏକକ ନକଲ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ବିଭାଗ ମୁଖ୍ୟ ସଚିବ, ରାଜ୍ୟ ଶ୍ରମିକ ଆୟୁକ୍ତ ସମେତ ରାଜ୍ୟ ସରକାର ଓ ଟିପିଏନଓଡିଏଲ ଅନ୍ୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି।

