ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ପାରାଭାଡି ଗ୍ରାମର ବୃଦ୍ଧା ସିତାମଣି ହାଁସଦାଃ (୭୬) ଙ୍କର ଗାଁ ପାଖ ଗଭୀର ନାଳରେ ପଡ଼ି ମୃତ୍ୟୁ ହୋଇଅଛି ।ସୂଚନାଯୋଗ୍ୟ ସିତାମଣି ଖରାବେଳେ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିଲେ ।ନାଳର ଗଭୀରତା ଅଧିକ ହେତୁ ତୋଠରେ ଗୋଡ଼ ଖସି ଯାଇଥିବା ଯୋଗୁଁ ଗଭିର ନାଳ ଭିତରକୁ ପଳାଇ ଯାଇଥିଲେ ।ଘରକୁ ବୃଦ୍ଧା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ପରେ ନାଳ ପାଖକୁ ଯାଇଥିଲେ ।
ସେଠାରେ ଦେଖିଲେ ବୃଦ୍ଧାର ଲୁଗାପଟା ତୋଠରେ ଥିଲା ।ତେଣୁ ସନ୍ଦେହ କରି ବିଶୋଇ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରି ନାଳରୁ ମୃତା ବୃଦ୍ଧାକୁ ଉଦ୍ଧାର କରିଥିଲେ।ପରେ ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।ଆସନ୍ତାକାଲି ଶଵ ବ୍ୟବଛେଦ କରାଯିବ ।ପୋଲିସ ପକ୍ଷରୁ ତଦନ୍ତ ଜାରିରହିଅଛି l
