Screenshot 2025 11 15 143622 1

କୋଟିଆରେ ବାଣ୍ଟୁଥିଲା ଔଷଧ, ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍‌

ରାଜ୍ୟ

କୋରାପୁଟ: ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି। କିନ୍ତୁ ଗଳାବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ। ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ଗତକାଲି ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ ।

ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିଥିଲେ । ଏଥିସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ ।

କିଛି ଦିନ ତଳେ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । କଳବଳ କୌଶଳେ କୋଟିଆର ନିରୀହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ।

 

Shrutilipi ad