Img 20251111 wa0231

ଶହେବର୍ଷ ପୂର୍ତ୍ତି ଉପଲକ୍ଷେ  ମୟୂରଭଞ୍ଜ  ଜିଲ୍ଲାରେ ହକି ପ୍ରତିଯୋଗିତା

ରାଜ୍ୟ
ବାରିପଦା: ଭାରତୀୟ ହକିର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ହକି ଆସୋସିଏସନ ତରଫରୁ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୋରଡା ବ୍ଲକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁ ପରିସରରେ ଓଡ଼ିଶା ସରକାର ଓ ଟାଟା ହକି ଦ୍ବାରା ପରିଚାଳିତ ଗ୍ରାସରୁଟ ହକିକେନ୍ଦ୍ର ଠାରେ ମୟୂରଭଞ୍ଜ ଜିଲ୍ଲାର ୪ଟି ଦଳକୁ ନେଇ ପ୍ରତିଯୋଗିତା ହୋଇଥିଲା। ଭାରତୀୟ ହକିର ଏହି ଶହେ ବର୍ଷ ପୂର୍ତ୍ତି ଅବସରରେ ହକି କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଟି ବାଳକ ଓ ୨ଟି ବାଳିକା ଦଳମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକଙ୍କ ତତ୍ତ୍ବାବଧାନରେ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା I ସୁନିଲ କୁମାର ମହାନ୍ତ, ଡେଭିଡ ସାରଙ୍ଗ ଓ ଲକ୍ଷ୍ମୀପ୍ରିୟା ପୃଷ୍ଟି ପ୍ରତିଯୋଗିତା ପରିଚାଳନା କରିଥିଲେ ।  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁ ର ପ୍ରଧାନ ଶିକ୍ଷକ ରାଇସେନ୍ ମୁର୍ମୁ ଚାମ୍ପିୟନ ହୋଇଥିବା ଚଢେଇଗାଁ ଉଚ୍ଚ ବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ଦଳକୁ ପୁରସ୍କୃତ କରିଥିଲେ।
Shrutilipi ad