Suresh pujari 750x430

ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ଜିଲ୍ଲପାଳମାନଙ୍କୁ ଚିଠି

ରାଜ୍ୟ

ଭୁବନେଶ୍ବର: ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ବାୟମେଟ୍ରିକ ଉପସ୍ଥାନ ଲାଗୁ ହେବ। ଏହାଫଳରେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚିବେ ବୋଲି ଆଶା କରାଯାଉଥିବା ଏହି ଚିଠିରେ କୁହାଯାଇଛି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜୁଲାଇ ୨୧ ତାରିଖରେ କଟକର ଏକ କାର୍ଯ୍ୟାଳୟରେ କେତେକ କର୍ମଚାରୀ ବିଳମ୍ବରେ ଅଫିସ୍‌କୁ ଆସୁଥିବାର ଲକ୍ଷ୍ୟ କରିଥିଲେ। ତାଙ୍କ ଆଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ଲାଗି ନିଷ୍ପତ୍ତି ହୋଇଛି।