ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଉପରେ ଗୁରୁବାର ଇସ୍କନ ଋଷିକେଶ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭୂମିକା ନଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା । ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶଗ୍ରହଣ କରିନଥିଲେ ବୋଲି ସ୍ପଷ୍ଟ କରିଛି ଇସ୍କନ ଋଷିକେଶ ।
ଆହୁରି କୁହାଯାଇଛି ଯେ, ଇସ୍କନ ଋଷିକେଶ, ପୁରୀ ଗଜପତି ମହାରାଜଙ୍କ ସହ ପାରସ୍ପରିକ ସମ୍ମତ ସମୟ ସାରଣୀ ଅନୁସରଣ କରୁଛି ।

