Images

ଘର ଆଗରେ ଯୁବକଙ୍କୁ ହାଣି ହତ୍ୟା !

ରାଜ୍ୟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଦାଲପଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Shrutilipi ad