Photo for the news of governer programme

ରାଜ୍ୟପାଳଙ୍କ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ

ରାଜ୍ୟ

ଆଗରପଡ଼ା :ମଙ୍ଗଳବାର ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମପତି ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାବା ଧବଳେଶ୍ୱର ମହିଳା ମହାସଂଘ ଦ୍ୱାରା ପରିଚାଳିତ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କର ବିଭିନ୍ନ ୟୁନିଟ ଯଥା- ଟେଲରିଂ ଓ ସିଲେଇ ,ଚାରା ଉତ୍ପାଦନ ,ବ୍ୟାଗ ଉତ୍ପାଦନ ,ମୁଢ଼ୀ,ଡାଲି, ମତ୍ସ୍ୟ ଉତ୍ପାଦନ ଆଦି କେନ୍ଦ୍ର ପରିଦର୍ଶନ କରିଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ୱରଜ,ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ମହାନ୍ତି, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ,ବିଡିଓ ସୀତାକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ରାଜ୍ୟପାଳ ବଡ଼ବର୍ଚ୍ଚିକୟାଁ ପଂଚାୟତର ମାତୃଶକ୍ତି ମହିଳା ମହାସଂଘ ଅଧିନ ମିଶ୍ରିତ କୃଷିକ୍ଷେତ୍ରର ମତ୍ସ୍ୟ,କୁକୁଡ଼ା , ଛେଳି , ପରିବା ଓ ଫୁଲ ଚାଷ ପରିଦର୍ଶନ କରିଥିଲେ । ଏହାପରେ ବଡ଼ବର୍ଚ୍ଚିକୟାଁ ଗ୍ରାମର ଗ୍ରାମୀଣ ଆବାସ ହିତାଧିକାରୀଙ୍କ ସହିତ ମଧ୍ୟ ସେ ଆଲୋଚନା କରିଥିଲେ ।ସରପଞ୍ଚ ପୁଷ୍ପାଞ୍ଜଳି ସ୍ୱାଇଁ,ପିଇଓ ସଂଗୀତା ରାଣୀ ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଗସ୍ତ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଂକ ସାମଗ୍ରିକ ବିକାଶ ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟପାଳ ପ୍ରତିଶୃତି ଦେଇଥିଲେ ।

Shrutilipi ad