Photo for the news of death

ବଜ୍ରାଘାତରେ ଚାଷୀ ମୃତ

ରାଜ୍ୟ

ଆଗରପଡ଼ା :ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ବନ୍ତ ଥାନା ସେଣ୍ଡତୀରା ପଂଚାୟତ ଚାରିପୋଖରୀଆ ଗ୍ରାମର ଗୌରା ମୁଣ୍ଡା(୨୮) ନିକଟସ୍ଥ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରାପାତ ହୋଇଥିଲା, ଫଳରେ ସେ ବଜ୍ରାଘାତର ଶିକାର ହୋଇ ହଠାତ୍ ଚାଷ ଜମିରେ ଟଳି ପଡ଼ିଥିଲେ କ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି କ୍ଷ ତେବେ ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।