Img 20250810 wa0200

ସଦଭାବନା ସମିତିର ୫୫୪ତମ ମାସିକ ସନ୍ଥ ଦିବସ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଦଭାବନା ସମିତି ଆନୁକୂଲ୍ୟରେ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଭାଶିଷ ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ୫୫୪ ତମ ମାସିକ ସନ୍ଥ ଦିବସ ପାଳିତ ହୋଇଯାଇଛି । ସଦସ୍ୟ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଦିବସ ପାଳନ ପ୍ରାରମ୍ଭରେ ଚଳିତ ମାସରେ ଆବିର୍ଭାବ ଗୋସ୍ଵାମୀ ତୁଳସୀ ଦାସ, ଠାକୁର ନିଗମାନନ୍ଦ ଏବଂ ଶ୍ରୀ ଅରବିନ୍ଦଙ୍କ ପ୍ରତି ପରମ୍ପରା ମତେ ପ୍ରଥମେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ଏହି ସଭାରେ ସମିତିର ପ୍ରତିଷ୍ଠାତା ତଥା ମାନବ ଧର୍ମର ପ୍ରବର୍ତ୍ତକ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଦିବସିୟ ଆଭିମୁଖ୍ୟ ରଖିଥ‌ିବା ବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପୀତବାସ ସେଠୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ମା ଏବଂ ସମ୍ମାନୀତ ବକ୍ତା ଭାବେ ସିନେତାରକା ତଥା ପ୍ରଯୋଜକ ଚିନ୍ମୟ ଦାସ ପଟ୍ଟନାୟକ ଯୋଗଦେଇ ନିଜର ଧନସମ୍ପତ୍ତି ଥାଇ ଯିଏ ବିଦୁରଙ୍କ ସମ ଚଳଣୀରେ ସାଧା ସିଧା ସିଏ ସାଧୁ, ଯିଏ ଯୁଧିଷ୍ଠିରଙ୍କ ସମ ସତ୍ୟସନ୍ଧ ସେ ସନ୍ଥ, ଯିଏ ସ୍ୱାମୀ ଦୟାନନ୍ଦଙ୍କ ପରି ବିଷପାନ କରି ମଧ୍ୟ ସତ୍ ପ୍ରତିଷ୍ଠା କରିବାରେ ଜିଦଖୋର ସିଏ ସନ୍ନ୍ୟାସୀ ଏବଂ ଯିଏ ସମାଜରୁ ଯେତିକି ପାଇଛି ତା’ଠାରୁ ସମାଜକୁ ବହୁଗୁଣା ଫେରାଇ ଦେଇପାରେ ସିଏ ମହାପୁରୁଷ ବୋଲି ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଜାପିତାର ମାମୁନି, ଗାୟତ୍ରୀ ବିହାରର ଗଗନ ବିହାରୀ ବେହେରା, ଅବସରପ୍ରାପ୍ତ ଅଧ୍ୟକ୍ଷ ଦାମଦୋର ପତି, ମୁନି ସମାଜର ଶିରିଷ ଚନ୍ଦ୍ର ସାହୁ, ଡ ଝରଣା ବେହେରା, ସତ୍ଯାନନ୍ଦ ସେଜପଡା ପ୍ରମୁଖ ପ୍ରଶ୍ନତ୍ତୋରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଗତ ମାସରେ ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଷ୍ଠାତା ଶ୍ରୀ ବୁଗୁଡେଇ ଅଟଳ ଧର୍ମରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ସ୍ଵାଗତ କରାଯାଇଥିଲା ।
Shrutilipi ad