Rc

ଅଗଷ୍ଟ ୧୧ ତାରିଖରୁ ବନ୍ଦ ରହିବ ବାଙ୍ଗରିପୋଷୀ- ବିଶୋଇ ରାସ୍ତା

ରାଜ୍ୟ
  • ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ  ପ୍ରତ୍ୟେକ ଦିନ ଦିବା ୧୦ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘାଟୀରେ ଭାରି ଯାନ ଚଳଚଳ ବନ୍ଦ
  • ଅନ୍ୟାନ୍ୟ ଛୋଟ ଯାନ ଗୁଡିକ ସହିତ ଜରୁରୀ କାଳୀନ ସେବା ଯୋଗାଉଥିବା ଯାନ ଗୁଡିକ ଉକ୍ତ ରାସ୍ତାରେ ଚଳାଚଳ କରିପାରିବେ
ବାରିପଦା: ବାଙ୍ଗିରିପୋଷି ଘାଟୀ (ଦ୍ୱାରଶୁଣି ଘାଟି) ଏନ ଏଚ -୪୯ର ଅଂଶ, ଯାହା ବାଙ୍ଗିରିପୋଷିରୁ ଆରମ୍ଭ ହୋଇ ରାଜାବସା (ବିଶୋଇ ପ୍ରାନ୍ତ) ପର୍ଯ୍ୟନ୍ତ ପ୍ରାୟ ୯ କି.ମି. ଲମ୍ବା ଯାହାର ମଧ୍ୟଭାଗରେ ପ୍ରସିଦ୍ଧ ଶକ୍ତି ପୀଠ — ଦ୍ୱାରଶୁଣି ମନ୍ଦିର ଅବସ୍ଥିତ। ବର୍ତମାନ ବାଙ୍ଗିରିପୋଷିରୁ ବିଶୋଇ ପର୍ଯ୍ୟନ୍ତ ୯ କି.ମି. ରାସ୍ତା ସଂକୀର୍ଣ୍ଣ ଓ ଗଡ଼ଖାଦରେ ଭରିଥିବାରୁ ଯାତାୟାତ ପାଇଁ ବିପଦଜନକ ହୋଇ ପଡିଛି ଭାରତର ରାଷ୍ଟ୍ରୀୟ ରାଜପଥ କର୍ତ୍ତୃପକ୍ଷ  ଜାତୀୟ ରାଜପଥ -୪୯ ଉନ୍ନତିକରଣ ଓ ୪-ଲେନିଂ ପ୍ରଶସ୍ତିକରଣ କାର୍ଯ୍ୟ କରୁଛନ୍ତି, ଯାହା ବିଶୋଇ,ଏନ ଏଚ ବିଭାଜନର ବାଙ୍ଗିରିପୋଷି ଅଧୀନରେ ରହିଛି। ସେହିପରି ବାଙ୍ଗିରିପୋଷିରୁ ବିଶୋଇ ପର୍ଯ୍ୟନ୍ତ ଏନ ଏଚ -୪୯ ର ଦୁଇ ପାର୍ଶ୍ୱରେ ଗଛକଟା ମଧ୍ୟ ଆବଶ୍ୟକ ହୋଇ ପଡିଛି।
ଏ ସମସ୍ତ ପରିସ୍ଥିତିର ସାବଧାନ ଅନୁଧ୍ୟାନ ପରେ, ଜିଲ୍ଲପାଳ ଙ୍କ ଆଦେଶ ସଂଖ୍ୟା-2701 ତା 10-08-2025 ରିଖ ଅନୁଯାୟୀ ସାଧାରଣ ଲୋକଙ୍କ ହିତ ଉଦେଶ୍ୟରେ ୧୧.୦୮.୨୦୨୫ ଠାରୁ ପ୍ରତିଦିନ ଦିବା ୧୦ଘଟିକା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଭାରିଯାନ ଚଳାଚଳକୁ ଦୁଇ ପାର୍ଶ୍ୱରୁ  ନିଷେଧ କରାଯାଇଛି ।
ମାତ୍ର ଅନ୍ୟାନ୍ୟ  ଲଘୁ ବା ଛୋଟ ଯାନ ଗୁଡିକ ସହିତ ଜରୁରୀକାଳୀନ ସେବା ଯୋଗାଉଥିବା ଯଥା ଆମ୍ବୁଲାନ୍ସ, ସ୍କୁଲ ବସ୍, ମହାବିଦ୍ୟାଳୟ ବସ, ଅଗ୍ନିଶମ, ପୋଲିସ ଯାନ ଗୁଡିକ ଉକ୍ତ ରାସ୍ତାରେ ଚଳାଚଳ କରିପାରିବେ। ଉକ୍ତ ଅନ୍ୟାନ୍ୟ ଛୋଟ ଯାନ ଓ ଜରୁରୀକାଳୀନ ସେବା ଯୋଗାଉଥିବା ଯାନ ଗୁଡିକ ଚାହିଁଲେ ସେମାନେ ବିଶୋଇ-ଅର୍ଗଳବିନ୍ଧା-ଶଙ୍ଖlଭଙ୍ଗା -ଯୋକା -ଚନ୍ଦନପୁର -କାତରା ଛକ ଦେଇ ମଧ୍ୟ ଯାତାୟାତ କରିପାରିବେ |
ଉକ୍ତ କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ କାମ ସମୟରେ କୌଣସି ପ୍ରକାର ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏଥି ପାଇଁ ସମସ୍ତଙ୍କୁ ଏହି କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି। ବାଙ୍ଗିରିପୋସଷି ଘାଟିରେ ଯାନ ଚଳାଚଳକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବାଙ୍ଗିରିପୋଷି ଓ ବିଶୋଇ ଥାନା ଆଇଆଇସି ମାନଙ୍କୁ ଏନ ଏଚ ଏ ଆଇ ଓ ଓ ଏଫ ଡି ସି କର୍ମଚାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ପୋଲିସ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ୧୧.୦୮.୨୦୨୫ ଠାରୁ କାର୍ଯ୍ୟକାରି ହେବ ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ |