Ewr

ଭୁଜାଲି ଆକ୍ରମଣରେ ଯୁବକ ଆହତ

ରାଜ୍ୟ

ଆଗରପଡ଼ା :ଆଗରପଡ଼ାସ୍ଥିତ କାଣ୍ଡବା ଗ୍ରାମର ବସନ୍ତ ଜେନାଙ୍କ ପୁଅ ସାନ୍ତନୁଙ୍କୁ ସେହି ଗ୍ରାମର ପୂର୍ଣଚନ୍ଦ୍ର ମାଝୀଙ୍କ ପୁଅ ବଳରାମ ଭୁଜାଲି ଓ କାଚ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିବାର ସାନ୍ତନୁଙ୍କ ମା ସୁମତୀ ଥାନାରେ ଅଭିଯୋଗ କରିଛନ୍ତି ।ଏ ସଂପର୍କରେ ଥାନା କେସନଂ ୧୨୬/୨୫ରେ ଏକ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ଦେବରାଜ ଜେନା ଅଭିଯୁକ୍ତ ବଳରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଅଭିଯୋଗରୁ ଜଣାପଡ଼େ;ଘଟଣା ରାତିରେ ବଳରାମ ହାତରେ ଭୁଜାଲି,କାଚ ବୋତଲ ଧରି ସାନ୍ତନୁଙ୍କ ଘର ନିକଟକୁ ଯାଇ ଗାଳିଗୁଲଜ କରିଥିଲେ । ଏହାର କାରଣ ପଚାରିବାରୁ ସୁମତୀଙ୍କୁ ମଧ୍ୟ ସେ ଗାଳିଗୁଲଜ କରିଥିଲେ ।ଏହି ସମୟରେ ସାନ୍ତନୁ ଘଟଣାସ୍ଥଳରେ ପହଁଚିବାରୁ ତାଙ୍କୁ ବଳରାମ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏହାଦ୍ୱାରା ସାନ୍ତନୁଙ୍କ ବାମ କାନରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ଚିତ୍କାର ଶୁଣି ଲୋକମାନେ ପହଁଞ୍ଚିବାରୁ ବଳରାମ ଫେରାର ହୋଇ ଯାଇଥିଲେ ।ପ୍ରଥମେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ସାନ୍ତନୁଙ୍କୁ ଭର୍ତ୍ତି କରା ଯାଇଥିଲା । ରକ୍ତସ୍ରାବ ବନ୍ଦ ନ ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା ।

Shrutilipi ad