Img 20250802 wa0187

ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ 

ରାଜ୍ୟ
ମୟୂରଭଞ୍ଜ: ଜିଲ୍ଲା ପରିଷଦ ମୟୂରଭଞ୍ଜ ଆନୁକୂଲ୍ୟରେ ବାରିପଦାସ୍ଥିତ କଲେଜ ପଡିଆଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣନତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ (ଲୋକ ସଭା) ଶ୍ରୀ ନବ ଚରଣ ମାଝୀ, ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ  ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ଥିବା ସମସ୍ତଙ୍କୁ ଆକାଂକ୍ଷା ବ୍ଲକର ପରିଭାଷା ବିଷୟରେ ବିସ୍ତୃତ ଭାବେ ଅବଗତ କରାଇବା ସହ ଆମ ଜିଲ୍ଲାରେ ଆଗରୁ ଯଶିପୁର ଓ ଠାକୁରମୁଣ୍ଡା ଆକାଂକ୍ଷା ବ୍ଲକ ଭାବେ ଥିବା ବେଳେ ବର୍ତମାନ ନୀତି ଆୟୋଗଙ୍କ ଦ୍ୱାରା ରାଇରଙ୍ଗପୁର ଉପଖଣ୍ଡର ୬ଗୋଟି ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି
ମୁଖ୍ୟ ଅତିଥି ଡ. ମହାପାତ୍ର କହିଥିଲେ ଆକାଂକ୍ଷାର ଆକ୍ଷରିକ ଅର୍ଥ କିଛି ଅଭାବକୁ ପୂରଣ କରିବା ପାଇଁ ଆଶା ରଖିବା। ତେଣୁ ଏହି ବ୍ଲକ ଗୁଡିକର  ଲୋକମାନଙ୍କର ଶିକ୍ଷା,ସ୍ୱାସ୍ଥ୍ୟ, ଆର୍ଥିକ,ସାମାଜିକ ଇତ୍ୟାଦି କ୍ଷେତ୍ରରେ ସାମଗ୍ରିକ ବିକାଶ ଘଟିଲେ ସେମାନଙ୍କର ଜୀବନ ଶୈଳୀରେ ଉନ୍ନତି ଘଟିବ। ଏଥିପାଇଁ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ଅଂଚଳର ବିକାଶ ଧାରାକୁ ପ୍ରତିଯୋଗିତା ଆଧାରେ କାର୍ଯ୍ୟ କରିବା ପାଇଁ ପଡିବ। ବିକାଶର ଉପଲବ୍ଧି ଅନୁସାରେ ମୂଲ୍ୟାୟନ ହେବ  ଏବଂ ପାହ୍ୟା ଅନୁସାରେ ଅଧିକ ବିକାଶ ପାଇଁ ସରକାରଙ୍କ ତରଫରୁ ଅନୁଦାନ ମିଳିବ।
ସେହିପରି ସାଂସଦ ନବ ଚରଣ ମାଝୀ କହିଥିଲେ ଯେ  ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ସାମଗ୍ରିକ ବିକାଶ ସମ୍ଭବ ଯେପର୍ଯ୍ୟନ୍ତ ସାମଗ୍ରିକ ବିକାଶ ନହୋଇଛି ସେ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ଅପହଞ୍ଚ ବୋଲି ଧରାଯିବ। ତେଣୁ ଯୋଜନା କୁ କାର୍ଯ୍ୟ କାରି କରିବା ପାଇଁ  ଆମକୁ ମିଶନ ମୋଡ଼ ରେ କାମ କରିବାକୁ ପଡିବ।
ସେହିପରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମଢେଇ ଆକାଂକ୍ଷା ଯୋଜନା ରେ ପୁରସ୍କୃତ ହେବା ଲକ୍ଷ୍ୟ ନେଇ  କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।
ଶ୍ରୀମତୀ ହାଁସଦା ମଧ୍ୟ ଏହି ଯୋଜନା ଉପରେ ସୁଚିନ୍ତିତ ମତାମତ ଦେଇଥିଲେ
ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଅଭିଯାନରେ ନୀତି ଆୟୋଗ ଦ୍ୱାରା ନିର୍ଧାର୍ଯ୍ୟ ପ୍ରମୁଖ ବିକାଶମୂଳକ ସୂଚକାଙ୍କରେ ୧୦୦% ସଂତୃପ୍ତି ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆଗଧାଡିର କର୍ମୀ, ପଂଚାୟତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ପ୍ରଶାସକଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ସମ୍ମାନୀତ କରାଯାଇଥିଲା. ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନରେ ୨ଟି ଆକାଂକ୍ଷୀ ବ୍ଲକ ଯଶିପୁର ଓ ଠାକୁରମୁଣ୍ଡା ବ୍ଲକରେ ଗତ ୨୦୨୪ରୁ କାର୍ଯ୍ୟକାରୀ କରାଯାଇଛି . ଉକ୍ତ ବ୍ଲକ ର ଦୁର୍ଗମ ପାହାଡଘେରା ଭୌଗଳିକ ଅବସ୍ଥିତି, ଆଦିବାସୀ ବହୁଳ ଜନସଂଖ୍ୟା ଭଳି ପ୍ରତିବନ୍ଧକ ସତ୍ତ୍ୱେ , ସାମଗ୍ରିକ ପ୍ରୟାସ ଏବଂ ସାମୁହିକ ଅଂଶଗ୍ରହଣ ମାଧ୍ୟମରେ ଅଭିଯାନରେ ଉଲ୍ଲେଖନୀୟ ଅଗ୍ରଗତିଘଟିଛି . ସ୍ୱାସ୍ଥ୍ୟ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୃଷ୍ଟିସାର , କୃଷି ଏବଂ ସାମାଜିକ ବିକାଶ ଭଳି ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଥିବା ମୟୂରଭଂଜରେ ଏହି ସମ୍ପୂର୍ଣ୍ଣତା ଅଭିଯାନ ” ଜନ ଆନ୍ଦୋଳନ ” ଭାବନାକୁ ପ୍ରତିଫଳିତ କରିଥିଲା I  ପୋଷଣ ସପ୍ତାହ ମାଧ୍ୟମରେ ପୃଷ୍ଟିସାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା  .  ଏହା ବ୍ୟତୀତ, ଆର୍ଥିକ ସାକ୍ଷରତା ଶିବିର, ପିଏମ-କିଷାନ  ଏବଂ ସିଏମ-କିଷାନ ଭଳି ଯୋଜନା ମାଧ୍ୟମରେ ଆର୍ଥିକ ଏବଂ ଜୀବିକା ପ୍ରସାର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା . ଏହି ସମାରୋହ ଜିଲ୍ଲା ମୁଖ୍ୟ  କୃଷି ଅଧିକାରୀ , ଡିପିଏମ, ଓଏଲଏମ ଏବଂ ଠାକୁରମୁଣ୍ଡା ଓ ଯଶିପୁର ବ୍ଲକର ବିଡ଼ିଓ ,ସିଡିପିଓ ,ବିଏଓ ,ବିପିଏମ ଏବଂ ବ୍ଲକର ତୃଣମୂଳ ସ୍ତରୀୟ ଆଗଧାଡିର କର୍ମୀ  ଯଥା ଅଙ୍ଗନବାଡି କର୍ମୀ , ସହାୟକ , ଏମବିକେ, ସିଆରପି ଓ କୃଷକ ସାଥୀଙ୍କୁ ନିଜର କର୍ମନିପୁଣତା ପାଇଁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ସମସ୍ତ ଅତିଥିବୃନ୍ଦ କଲେଜ ପଡିଆ ପରିସରରେ ଆକାଂକ୍ଷା ହାଟ ୨୦୨୫ର ଉଦଘାଟନ କରିଥିଲେ . ୨୪ ଟି ଷ୍ଟଲରେ ଠାକୁରମୁଣ୍ଡା ଏବଂ  ଯଶିପୁର ଆକାଂକ୍ଷୀ ବ୍ଲକ ସହିତ ଆଉ ୫ ଟି ବ୍ଲକର ବିଭିନ୍ନ ବିଭିନ୍ନ ଲଘୁ ଉଦ୍ୟୋଗୀ ତଥା ସ୍ୱୟଂସହାୟତା ଗୋଷ୍ଠୀ ନିଜ ନିଜର ପାରମ୍ପରିକ ଖାଦ୍ୟ, କଳାକୃତୀ, ହସ୍ତଶିଳ୍ପ ଆଦି ପ୍ରଦର୍ଶିତ ତଥା ବିକ୍ରୟ କରୁଛନ୍ତି . ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ହାଟକୁ ଆସି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ସାମଗ୍ରୀ କିଣି  ସେମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି. ଏହି କାର୍ଯ୍ୟକ୍ରମକୁ ସଫଳ ପରିଚାଳନାରେ ଜିଲ୍ଲା ପରିଷଦର କର୍ମଚାରୀ ମାନେ ସହଯୋଗ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ବାରିପଦା ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା ସଂଚାଳନ କରିଥିଲେ ଏବଂ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଏ ସି ଡି ଓ ଶ୍ରୀ ଶାନ୍ତନୁ କୁମାର ନାୟକ, କାନ୍ଦ୍ରା ସୋରେନ, ରଜନୀ କାନ୍ତ ବିଶ୍ୱାଳ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଗଣମାଧ୍ୟମର ପ୍ରତନିଧି ମାନେ ଉପସ୍ଥିତ ଥିଲେ l
Shrutilipi ad