Img 20250802 wa0163

ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

ରାଜ୍ୟ
 ବାରିପଦା- ଅଖୀଳ ଭାରତ ସେବା ସଂସ୍ଥାନ ତଥା ସମଗ୍ର ଶିକ୍ଷା,ମୟୂରଭଂଜ ମିଳିତ ଆନୁକୁଲ୍ୟରେ   ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ  ବ୍ଳକ  ଏଵଂପୌର  ସ୍ତରୀୟ  ମିଳିତ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି  ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଵ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ସମ୍ମାନୀତ ଅତିଥି ରାଇରଙ୍ଗପୁର ବିଇଓ ଘନଶ୍ୟାମ ମୁର୍ମୁ,ଅନ୍ୟତମ ଅତିଥି  ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଡାକ୍ତର ସୋନାଲି ସସ୍ମିତା ଦାସ, ଏବିଇଓ କାର୍ତିକ ଚନ୍ଦ୍ର କାରୁଆ,,ଏବିଇଓ ହେମ ମାଝୀ ଯୋଗ ଦେଇଥିବାବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର ସଭାପତିତ୍ବ କରିଥିଲେ । ଅତିଥିମାନେ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଅତିଥିଢଣ କହିଥିଲେ ସମାଜରେ କେହି ଦିବ୍ଯାଙ୍ଗ ନୁହନ୍ତି ।ସମସ୍ତଙ୍କ ଦେହରେ ଭଗବାନ କିଛି ନା କିଛି ଆନ୍ତର୍ନିହିତ ଗୁଣ ଓ ପ୍ରତିଭା ଦେଇଛନ୍ତି ।ଦୃଷ୍ଟିଵାଧିତ ବ୍ୟକ୍ତି ବି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁ ସୁନାମ ଓ ଗୌରବ ଲାଭ କରିଛନ୍ତି ।ଦୃଷ଼ଟିବାଧିତଙ୍କୁ ସହଯୋଗରେ ହାତ ବଢ଼ାଇ ସମାଜର ପ୍ରଗତି ରଥରେ ଆଗେଇ ନେବା ଉଚିତ ।ସେମାନେ ସମାଜର ଅଲୋଡା ନୁହନ୍ତି ।ସେମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାର ପାଇଁ ସରକାର ବହୁ କିଛି ଯୋଜନା କରିଛନ୍ତି ।ସେମାନେ ଯେମିତି ସମାଜର କିମ୍ବା ପରିବାରର ବୋଝ ହୋଇ ନ ରୁହନ୍ତୁ ।ଆଜି ଦୃଷ୍ଟିବାଧିତ ଭାବେ ଚିହ୍ନଟ ହୋଇଥିବା ରାଇରଙ୍ଗପୁର ବ୍ଳକ ଜ୍ଵର ପୌରାଞ୍ଚଳର ୧୬୫ ଜଣ ଛାତ୍ରଛାତ୍ରୀମାନଙ୍କୁ ଚଷମା ଓ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ପାଠ୍ଯ ପୁସ୍ତକ ପ୍ରଦାନ କରିଥିଲେ ।ପିଲାମାନେ ପୁସ୍ତକ ଓ ଚଷମା ପାଇ ବହୁ ଖୁସି ହେବାସହ ଅଭିଭାବକମାନେ ମଧ୍ୟ ସନ୍ତୋଷପ୍ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଵିଆରଟି ସାଗରିକା ପଣ୍ଡା,ସିଆରସିସି ରୁଦ୍ର ବିହାରୀ ଗିରି,ଧିରେନ ମହାନ୍ତି,କିଶୋର ମହାନ୍ତି, ଦିବ୍ଯାଙ୍ଗ ମିତ୍ର ସେକ୍ ଅସଂଖ୍ୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।