ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପଛୁଆ ବିଜାତଳା ବ୍ଲକ ର ସରଗଡା ପଂଚାୟତ ର କଳାଟମକ ଠାରୁ ହାତୀଛାଡ଼ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଦୁଇମାସ ହେଲା ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଏହି ମାଟି ରାସ୍ତାରେ ଗର୍ତ ସୃଷ୍ଟି ହେଵାସହ କାଦୁଅ ପଚ ପଚ ଯୋଗୁଁ ଯାତାୟତ ଓ ଗମନାଗମନ ଅସୁବିଧା ହୋଇଛି । ଏହି ମୁଖ୍ଯ ରାସ୍ତାଟି ବିଭିନ୍ନ ଅଂଚଳକୁ ସଂଯୋଗ କରୁଥିବାରୁ ରାସ୍ତା ଖରାପ ଯୋଗୁଁ ଖାଲି ପାଦରେ ଚାଲିବା, ସାଇକେଲ,ମଟରସାଇକେଲ,ପରିବହନ ଗାଡ଼ି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ହେଉଛି । ହାଟୁଆ, ପଥିକ, ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ,ଆମ୍ବୁଲାନ୍ସ ଗାଡି ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

