ବାରିପଦା : ଆଧୁନିକ ଯୁଗରେ ଯୁବଗୋଷ୍ଠୀଙ୍କର ପ୍ରିୟ ହେଉଛି ବୁଲେଟ ଚାଳନା ।କିଏ କାହାକୁ କେତେ ଶିଘ୍ର ଅତିକ୍ରମ କରିବ !ଟ୍ରାଫିକ ବ୍ୟବସ୍ଥା ସହରରେ ବିପର୍ଯ୍ୟସ୍ତ ।ଏମଭିଆଇ ନିଘୋଡ଼ ନିଦରେ ଶୋଇଛି ।ପୋଲିସ ଏବଂ ପ୍ରଶାସନ ବିଭାଗ ମଧ୍ୟରେ କିଛି ସମ୍ପର୍କ ନାହିଁ ।ବାଇକ୍ ଚେକିଂ ଇତ୍ୟାଦିକୁ ପରିବହନ ବିଭାଗର ଗୁରୁତ୍ଵ ନାହିଁକି ପୋଲିସ ବିଭାଗର ନିଘା ନାହିଁ ।କିଛି ଅଘଟଣ କି ଦୁର୍ଘଟଣା ଘଟିସାରିଲା ପରେ ପୋଲିସ ପହଞ୍ଚେ ଏବଂ ପିଡିତାକୁ ନେଇ ଡ଼ାକ୍ତରଖାନା ପହଞ୍ଚାଏ ।ଯାହାର ଫାଇଦା ନେଉଛନ୍ତି ଅମାନିଆ ଯୁବ ବାଇକ ଚାଳକମାନେ ।କିଏ ମଦଖାଇ ଦୃତ ଗତିରେ ବାଇକ୍ ଚଳାଉଛି ତ କିଏ କାନରେ ମୋବାଇଲ ଲଗାଇ ଵାଇକ୍ ଚଳାଉଛି ତ ଆଉ କାହାର ଦୃତ ଗତିରେ ଗାଡି ଚଳାଇ ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା ନିଶା ।ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ସହରର ମୁର୍ମୁ ଛକରେ ବୁଲେଟ ଏବଂ ସ୍ପ୍ଲେଣ୍ଡର ବାଇକ ଦୁର୍ଘଟଣାରେ ରକ୍ତାକ୍ତ ଓ ଖଣ୍ଡିଆ ଖାବରା ହୋଇ ଉଭୟ ଚାଳକଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା ।ଜଣଙ୍କର ମୁଣ୍ଡ ଫାଟିଛି ତ ଆଉ ଜଣଙ୍କର ମୁଣ୍ଡ,ଗୋଡ଼,ହାତରେ ମାଡ଼ ହୋଇଛି ।ପୋଲିସ ଗାଡି ଦୁଇଟିକୁ ଜବତ କରିଛି ।ବୁଲେଟ ଚାଳକ ହେଉଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ନୂଆଗାଁର ଆର୍ଯ୍ୟାନ୍ ମହାନ୍ତ ଏବଂ ବାଇକ ଚାଳକର ଘର ହେଉଛନ୍ତି ଵାଇକଳା ର ଅମିତ ଗିରି ।

