Img 20250729 wa0196

ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଗୁହାଳଡାଙ୍ଗୀରି ପଂଚାୟତ ର ସୁରିଆ ଗୋଡ଼ା ଏବଂ ଚିଲକୁବାଦୀ ଗ୍ରାମରେ ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ।ହାତୀ ହେଉଛି ଜନବସତି ମୁହାଁ ।  ସୂଚନାଯୋଗ୍ୟ  ଜିଲ୍ଲାର ଉପାନ୍ତ ଗୁହାଳଡାଙ୍ଗିରୀ ପଞ୍ଚାୟତର କରି ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରି ଘରଵାରୀ ନଷ୍ଟ କରିବା ଚାଷ କ୍ଷେତ ଦଳି ମକଚି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ସୁରିଆଗୋଡ଼ା ଗାଁ ର ବୁଢାନ ମାଝୀ ଙ୍କ  ଘର ଭାଙ୍ଗିଵା ସହ ଘରେ ଥିବା ଧାନ ଖାଇ ଦେବାସହ ଚାଷ ଜମି ନଷ୍ଟ କରି ଦେଇଛନ୍ତି ।ସେହିଭଳି ସେହି ଗ୍ରାମର ମାଧିଆ ମାଟିର ଚାଷ ନଷ୍ଟ କରିଦେଇଛନ୍ତି ।
ସେହିଭଳି  ଚିଲକୁବାଦୀ ଗାଁ ର ଶୁକ୍ରା ମୁଣ୍ଡାରୀ ର ଫସଲ ନଷ୍ଟ କରିଦେଇଛନ୍ତି l ଗାଁ   ପାଖ ଜଙ୍ଗଲରୁ ହାତୀପଲ ବାରମ୍ବାର ଆସି  ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l