Img 20250725 wa0175

ନୃତ୍ୟ ଶିଳ୍ପୀ ବର୍ଣ୍ଣରୂପାଙ୍କୁ ଗାନ୍ଧର୍ବ କଳା ସମ୍ମାନ 

ରାଜ୍ୟ
ବାରିପଦା- ବିଶିଷ୍ଟ ଛଉ ନୃତ୍ୟ ଶିଳ୍ପୀ ଓ ଗୁରୁ ବର୍ଣ୍ଣରୁପା ମହାନ୍ତି ଗାନ୍ଧର୍ବ କଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି l ଓଡିଶା କଳାକାର ଙ୍କ ସ୍ୱର ପକ୍ଷରୁ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ଠାରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କୃତୀ କଳାକାର ଙ୍କୁ ସମ୍ନାନିତ କରା ଯାଇଥିବା ବେଳେ ଛଉ ନୃତ୍ୟ କୁ ବର୍ଣ୍ଣରୂପା ଙ୍କ ବିଶେଷ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରା ଯାଇଛି l ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଧର ମାର୍ଥା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ବାବୁ ସିଂ ଓ ସମ୍ମାନିତ ଅତିଥି ଭାବେ ଯାତ୍ରା ଜଗତର ପ୍ରଖ୍ୟାତ ଖଳ ନାୟକ ଦୈତାରୀ ପଣ୍ଡା ଯୋଗ ଦେଇଥିଲେ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଶିଷ୍ଟ ଗୀତିକାର ସ୍ବର୍ଗତଃ ସଂଗ୍ରାମ କେଶରୀ ମହାନ୍ତି ଙ୍କ ସୁପୁତ୍ରୀ ହେଉଛନ୍ତି ବର୍ଣ୍ଣରୂପା l ସେ ଦକ୍ଷିଣସାହି ଛଉ ନୃତ୍ୟ ଅନୁଷ୍ଠାନ ରେ ଛଉ ନୃତ୍ୟ ଗୁରୁ ଭାବେ ନୂତନ ଶିଳ୍ପୀ ଙ୍କୁ ତାଲିମ ପ୍ରଦାନ କରୁଥିବା ବେଳେ ତାଙ୍କ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ହରିହର କଳା ମନ୍ଦିର ର ପରିଚାଳନା ସହିତ ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି l ସେ ଏହି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସ୍ରୋତ ଛୁଟିଛି l
Shrutilipi ad