Img 20250719 wa0201

ଶିଳ୍ପ ସ୍ଥାପନ ନିମନ୍ତେ ସରକାରଙ୍କ (ଇଡକୋ) ବିଭାଗକୁ ଜମି ହସ୍ତାନ୍ତର ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା

ରାଜ୍ୟ
  • ସପକ୍ଷରେ ୨୫୮ ଜଣ ଏଵଂ ବିପକ୍ଷରେ ୧୯୩ ଜଣଙ୍କ ଦସ୍ତଖତ ଘୋଷଣା ନେଇ ବିପକ୍ଷବାଦୀଙ୍କ ବ୍ଳକ ପ୍ରଶାସନ ଘେରାଉ,ଏବିଡିଇଓଙ୍କୁ ଅଟକ
ବାରିପଦା : ଶିଳ୍ପାୟନ ପାଇଁ ସରକାର ବାମନଘାଟି ଉପଖଣ୍ଡ ସମେତ ଆଖପାଖ ଅଂଚଳରେ  ସରକାରୀ ଜମିକୁ ଅଧିଗ୍ରହଣ ପାଇଁ ଜୋରଦାର ପ୍ରୟାସ ଜାରି କରିବା ଆରମ୍ଭ କରି ଦେଇଛନ୍ତି।ସରକାର ସରକାରୀ ଜମିକୁ ନିଜ ହାତକୁ ନେଇ ଇଡକୋ ସଂସ୍ଥାକୁ ହସ୍ତାନ୍ତର କରୁଛନ୍ତି ।ଇଡକୋ ପାଖରୁ ଉଦ୍ଯୋଗପତିମାନେ ସରକାରୀ ଗାଇଡ ଲାଇନ ଅନୁସାରେ ଶିଳ୍ପ ପ୍ରତିଷ୍ଠା  ପାଇଁ   ଇଡକୋକୁ ଜମି ପାଇଁ ଆବେଦନ କରିବେ ।ଏଥିପାଇଁ ଆଜି ଶନିବାର ଦିନ ରାଇରଙ୍ଗପୁର‌ ଵ୍ଳକ ପ୍ରଶାସନ ପକ୍ଷରୁ ପୁରୁଣାପାଣି ପଞ୍ଚାୟତର କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ପରିସରରେ ଭାରାପ୍ରାପ୍ତ  ବିଡ଼ିଓ ଧାନାଇ ଚରଣ ଟୁଡୁ ଙ୍କ ସଭାପତିତ୍ଵରେ ଏକ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା ।ଵିଡିଓ ସ୍ବତନ୍ତ୍ର ପଲ୍ଲୀସଭା ର ଉଦେଶ୍ୟ ଉପରେ ଅଭିଭାଷଣ ଦେଇଥିଲେ । ପୁରୁଣାପାଣି ସରପଞ୍ଚ ବାଲିମଣି ଟୁଡୁ,ଏବିଡିଓ ସୁରାଇ ମାରାଣ୍ଡି, ଏଡିଏମ୍ ଇଶ୍ଵର ଚନ୍ଦ୍ର ନାଏକ,କରଞ୍ଜିଆ ପିଏ ଆଇଟିଡିଏ ଚିତ୍ତ ରଞ୍ଜନ ମହାନ୍ତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ  ମେଳା,ଏସଡିପିଓ ଗୋକୁଳାନନ୍ଦ ସାହୁ,ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ ଏବଂ ବହୁ ସରକାରୀ ଅଧିକାରୀ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।ଜନଶୁଣାଣୀ ରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡକା ଯାଇ ନଥିଲା  । ସଭାରେ ୩/୪ ଜଣ  ଜମି ହସ୍ତାନ୍ତର ସପକ୍ଷରେ କହିଥିବାବେଳେ ବିପକ୍ଷରେ  ୫/୬ ଜଣ କହିଥିଲେ ।ପରେ ବିଡ଼ିଓ ସମସ୍ତଙ୍କୁ ଜମି ହସ୍ତାନ୍ତର  ସପକ୍ଷରେ ଯେଉଁମାନେ ଅଛନ୍ତି  ହାତ ଟେକିବାକୁ କହିଥିଲେ ।ହେଲେ ଅଳ୍ପ ଲୋକ ହାତ ଟେକିଥିଲେ । ମଝିରେ ମଝିରେ ସପକ୍ଷ ଓ ବିପକ୍ଷ ମଧ୍ୟରେ ଉଚ୍ଚବାଚ ଓ ହୋ ହାଲ୍ଲା  ହୋଇଥିଲା ।ପରେ ପୁଣି ବିଡ଼ିଓ କହିଲେ ଯଦି ଅମଙ୍ଗ ହେଉ ତାହାହେଲେ  ରେଜିଷ୍ଟର ଖାତାରେ ଜମି ହସ୍ତାନ୍ତର ସପକ୍ଷରେ ଓ ବିପକ୍ଷରେ ଦସ୍ତଖତ ଅଭିଯାନ କରାଇଥିଲେ । ମଝିରେ ମଝିରେ ଚାପା ଉତ୍ତେଜନା ଦେଖା ଦେଉଥିଲା ।ଦସ୍ତଖତ  ବିଡ଼ିଓ ନାନାଦି ଚରଣ ଟୁଡୁ ରେଜିଷ୍ଟ୍ରାର ଖାତା ଧରି  ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟକୁ ଯାଇଥିଲେ ।କିନ୍ତୁ ବିପକ୍ଷବାଦୀ ବ୍ଳକ କାର୍ଯ୍ଯାଳୟରେ ପହଞ୍ଚି ଜନଶୁଣାଣୀ ର ଶେଷ ନିଷ୍ପତ୍ତି ଶୁଣିବା ପାଇଁ ଅଡ଼ି ବସିଥିଲେ ଏବଂ ବହୁ ପୁରଷ ଓ ମହିଳା ବ୍ଳକ ପରିସରରେ ଧାରଣା ରେ ବସି ରହିଥିଲେ । କିନ୍ତୁ ବିଡ଼ିଓ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ।ତାଙ୍କ ଦେଖା ମିଳି ନ ଥିଲା ।ପରେ ଏବିଡିଇଓ ସୁରାଇ ମାରାଣ୍ଡି  ରାତି ୭.୩୦ ଟା ପାଖାପାଖି ସମୟରେ ପହଞ୍ଚି ସପକ୍ଷରେ ୨୫୮ ଜଣ  ଏବଂ ବିପକ୍ଷରେ ୧୯୩ ଜଣ ଦସ୍ତଖତ ଦେଇଥିବା ଘୋଷଣା କରିବା ଫଳରେ ବିପକ୍ଷବାଦୀମାନେ ପ୍ରଶାସନର ରାୟଶୁଣାଣୀରେ ଅସନ୍ତୁଷ୍ଟ ହୋଇ   ଏବିଡିଇଓଙ୍କୁ ଅଟକ ରଖିଥିଲେ  ।ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ  ଆଡିସନାଲ ଏସପି ଯଦୁନାଥ ଯେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ ,ରାଇରଙ୍ଗପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ ଵୁଝାଉଥିବାର ଲକ୍ଷ୍ୟ କରାଯାଉଥିଲା l
Shrutilipi ad