ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ରାଜ୍ୟ
ବାରିପଦା – ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜାମଦା ବ୍ଲକ ପରିଚିତ |ଏହି ବ୍ଲକରେ ଶିକ୍ଷାରଥକୁ ବିଦ୍ୟାଳୟ ଗୁଡ଼ିକରେ ବିପୁଳ ଭାବରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି |ତାରଣା  ଆଶ୍ରମ ସ୍କୁଲରେ ଶିକ୍ଷାରଥକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ତତ୍ଵାବଧାନରେ ରେ ଅଭିଭାବକ,ଛାତ୍ରଛାତ୍ରୀମାନେ  ଶଙ୍ଖ ଓ ହୁଳହୁଳି ଦେଇ   ସିଆରସିସି ବୁଧୁରାୟ ହେମ୍ବ୍ରମ ଙ୍କ ଉପସ୍ଥିତିରେ ସ୍ୱାଗତ ଜଣାଇଛନ୍ତି   |ସିଆରସିସି ଶଂକର ପାତ୍ର ଓ ବୁଧୁରାୟ ହେମ୍ବ୍ରମ ଶିକ୍ଷାରଥକୁ ବିଦ୍ୟାଳୟ ପ୍ରାଗଣକୁ ପ୍ରବେଶ କରାଇଥିବାବେଳେ ପ୍ର.ଶି. ସୁଦାମ ଚନ୍ଦ୍ର ଦତ୍ତ,ସହକାରୀ ଶିକ୍ଷକ ଦୀପକ କୁମାର କାନ୍ତ,ବିଜୟ କୁମାର ସିଂ,ବାନାଊ ହାଁସଦାଃ ସମେତ ଅଭିଭାବକ,ବିଦ୍ୟାର୍ଥୀମାନେ ଶିକ୍ଷାରଥକୁ ସ୍ବାଗତ କରିଥିଲେ |ପରେ ପ୍ରବେଶ ଉତ୍ସବ ନିମନ୍ତେ ମଂଚରେ ସୁନ୍ଦର ନାଚ ପ୍ରଦର୍ଶିତ ହୋଇଥିଲା |ସିଆରସିସି ଓ ପ୍ରଧାନ ଶିକ୍ଷକ ଶିକ୍ଷାରଥ ଓ ପ୍ରବେଶ ଉତ୍ସବ ଉପରେ ସରକାରଙ୍କର ଯୋଜନା ଉପରେ ସଚେତନ କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ |