90efb314 2205 442b 8e50 2ec7a578822f

ଗରଦପୁର ପଞ୍ଚାୟତ ସମିତି ବୈଠକ: ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଓ ‘ବିକଶିତ ଓଡ଼ିଶା’ ଉପରେ ଗୁରୁତ୍ୱାରୋପ କଲେ ବିଧାୟକ

ରାଜ୍ୟ

କେନ୍ଦ୍ରାପଡା (ବିକାଶ ବେହେରା) : ସ୍ଥାନୀୟ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଟକୁରା ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ସରକାରଙ୍କ ‘ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ସୁଫଳ କିପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ, ସେନେଇ ବିସ୍ତୃତ ଆଲୋଚନା କରିଥିଲେ ।

Fa0007df c3e1 4af9 a035 b77cb5709188

ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ଏବଂ ଆଗାମୀ ଦିନ ପାଇଁ ଏକ ସ୍ପଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା । ବିଧାୟକ ଶ୍ରୀ ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରି କହିଥିଲେ ଯେ, “ସାମୂହିକ ପ୍ରଚେଷ୍ଟା ଦ୍ୱାରା ହିଁ ଆମେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବା ଏବଂ ଏକ ବିକଶିତ ଅଞ୍ଚଳ ଗଠନ କରିପାରିବା ।”

ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତିର ସଦସ୍ୟ-ସଦସ୍ୟା ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ମୁଖ୍ୟ ସମସ୍ୟାଗୁଡ଼ିକ ଯେପରିକି ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ପ୍ରସଙ୍ଗ ଉପରେ ଏକ ସୁଚିନ୍ତିତ ଆଲୋଚନା ହେବା ସହ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

‘ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ବୈଠକ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Shrutilipi ad