Img 20250709 wa0145

ପି ସି ବିଦ୍ୟାଳୟରେ ” ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା: ସ୍ଥାନୀୟ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ଅବସରରେ ” ମା’ ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ନିରୋଜ କୁମାର ପୋଥାଳ, ସେଭ ଆର୍ଥ ମିଶନର ଜିଲ୍ଲା ସଭାପତି ତାପସ କୁମାର ବେହେରା, ଗ୍ଲୋବାଲ ନିମ ପ୍ଲାଣ୍ଟେସନର ପ୍ରତିଷ୍ଠାତା ବିମ୍ବାଧର ସାହୁ, ରେଡ ଗ୍ରୀନ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ସ୍ୱାଇଁ, ମା ‘ ତୁଳସୀ ଫାଉଣ୍ଡେସନର ପ୍ରତିଷ୍ଠାତା ରଂଜିତା ଦଳେଇ, ଚିନ୍ମୟ ମିଶନର ସମ୍ପାଦକ ଅଜିତ କୁମାର ବେହେରା, ଭଞ୍ଜଭୂମି ସେବା ଟ୍ରଷ୍ଟର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ଦାସ, ଶୁଳିଆପଦାର ମା ‘ ଲକ୍ଷ୍ମୀ ଫାଉଣ୍ଡେସନର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ତୁଙ୍ଗ ତଥା ବିଶିଷ୍ଟ ସାହିତ୍ୟିକ ଅଜମ୍ବର ପୃଷ୍ଟି ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗଛର ଆବଶ୍ୟକତାକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ ମା’ ପାଇଁ ନିଜେ ଗୋଟିଏ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବା ପାଇଁ ପ୍ରେରିତ କରିବାକୁ ଉତ୍ସାହିତ କରିଥିଲେ I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ସମସ୍ତଙ୍କ ଉପସ୍ଥିତିରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଚାରା ଗଛ ରୋପଣ କରାଯାଇଥିଲା I ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସର୍ଦ୍ଦାର ହରିଚରଣ ସିଂହ, ବିପୁନ ବିନ୍ଧାଣି, ହିମାଂଶୁ ସାହୁ, ରାକେଶ କୁମାର ଦ୍ବିବେଦୀ, ମାନସ ବାଗ, ଜୟରାମ ମହାନ୍ତ, ଲୋକନାଥ ମହାନ୍ତ, ନିର୍ମଳ କୁମାର ଗିରି, ଆଇନଜୀବୀ ଭାସ୍ବତୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ନିଭା ସାହୁ ତଥା ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ହଷ୍ଟେଲର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ I
Shrutilipi ad