ଆଗରପଡ଼ା :୭ଦଫା ଦାବି ନେଇ ଆଗରପଡ଼ା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସ୍ଥଳୀରେ ବିଧାୟକ ସଂଜୀବ ମଲ୍ଲିକ ପହଞ୍ଚଚି ଡ୍ରାଇଭରଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ବିଧାନସଭାରେ ଏହି ଦାବି ଉପସ୍ଥାପନ କରି ଏହାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ସେ ପ୍ରତିଶୃତି ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ଦାଶ, ସରପଂଚ ପ୍ରକାଶ ବିଶ୍ୱାଳ,ନିହାର ରଂଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ ନାୟକ, ଶ୍ରୀନାଥ ମହାନ୍ତି ପ୍ରମୁଖ ମଧ୍ୟ ଡ୍ରାଇଭର ସଂଘ ସଭାପତି ବିଜୟନାଥ, ଉପସଭାପତି ଖଗେଶ୍ୱର ଜେନା, ଆଦିକନ୍ଦ ମଲ୍ଲିକ, କାଳନ୍ଦୀ ମଲ୍ଲିକ, ମେଘନାଥ ରାଉଳ, କାର୍ତ୍ତିକ ସାହୁ, ମାନସ ନାଥ, ଉମାକାନ୍ତ କର, ଲକ୍ଷ୍ମୀଧର ବାରିକ, ସନାତନ ସେଠୀ,ଦୁଃଖା ବିଶ୍ୱାଳ,ଶରତ ସାହୁ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ।

