ବାରିପଦା – ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଜୀଉଙ୍କ ବାହୁଡା଼ ଯାତ୍ରାରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ଏକ ନିମ୍ବଚାରା ରୋପଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସଂସ୍ଥାର ସଦସ୍ୟ ଓ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅମ୍ବିକା ମନ୍ଦିର ନିକଟରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ଫେରିଆସିଥିଲା I ଏହି ରେଲିକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ କିଛି ବାଟ ପର୍ଯ୍ୟନ୍ତ ରେଲିରେ ଯୋଗ ଦେଇ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କାନ୍ଦରା ସୋରେନ ଯୋଗ ଦେଇ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ I ଛାତ୍ରମାନଙ୍କ ସହିତ ସଦସ୍ୟମାନେ ନିମ୍ବଗଛର ଉପକାରିତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ବଡଦାଣ୍ଡରେ ଥିବା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଏହି ରେଲିରେ ସଂସ୍ଥାର ପ୍ରତିଷ୍ଠାତା ବିମ୍ବାଧର ସାହୁ, ବରିଷ୍ଠ ସଦସ୍ୟ ଅଜିତ କବାଟ, ପ୍ରିତମ ସିଂହ, ଶିକ୍ଷକ ସୋମନାଥ ସିଂହ, ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସଦସ୍ୟ ମାନସ ବାଗ, ଅମର ବେହେରା, ନିର୍ମଳ ଗିରି, ବୀରକିଶୋର କୁଅଁର, ଭାସ୍ବତୀ ପଣ୍ଡା, ବିଜୟଲକ୍ଷ୍ମୀ ନାୟକ, ସୁମିତ୍ରା କୁଅଁରବାବୁ, ରାଜଲକ୍ଷ୍ମୀ ମିଶ୍ର, ସୌଦାମିନୀ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ଅରବିନ୍ଦ ମୁଖି ଙ୍କ ସମେତ ପୂର୍ଣ୍ଣଚନ୍ଦ୍ରପୁର ସ୍କୁଲର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ୱାର୍ଡେନ ସରୋଜ କୁମାର ସାବତ ତଥା ବାଲେଶ୍ୱରରୁ ଅତିଥି ଭାବେ ଯୋଗ ଦେଇଥିବା ରାଜେନ୍ଦ୍ର କୁମାର ରାଉତ ଓ ରଂଜିତା ରାଉତ ଯୋଗ ଦେଇଥିଲେ I

