ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଗ୍ରାମର ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସାହୁ( ୬୩) ଆଜି ଭୋର ସମୟରେ ପରଲୋକ ଗମନ କରିଛନ୍ତି । ସେ ପ୍ରଥମେ ୧୯୮୪ ମସିହାରେ ଶିକ୍ଷକତା ଜୀବନ ଭଣ୍ଡାରିପୋଖରୀ ବ୍ଲକ ବେଲଗଢିଆ ସ୍କୁଲରେ ଆରମ୍ଭ କରିଥିବା ବେଳେ ପରମୁହୂର୍ତ୍ତରେ ବନ୍ତ ବ୍ଲକ କାଦବରାଙ୍ଗ ସ୍କୁଲରେ ଅବସରଗ୍ରହଣ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ ଓ ଅନୁଷ୍ଠାନ ପ୍ରେମୀ ଥିବାରୁ ସମସ୍ତଙ୍କ ପ୍ରିୟ ଥିଲେ । କିଛି ଦିନ ହେବ ଅସୁସ୍ଥତା କାରଣରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଦୁଇ ଦିନ ହେବ ଘରକୁ ଆସିଥିଲେ । ବୁଧବାର ଭୋର ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବାଧାରାକୁ ଘରକୁ ଅଣାଯାଇଥିଲା । ତାଙ୍କ ବାସଭବନରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୀର୍ତନ ମଣ୍ଡଳୀ ଦ୍ୱାରା ଶବାଧାରାକୁ ଗ୍ରାମ ପରିକ୍ରମା ପରେ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ବିଜୟ ମୁଖାଗ୍ନି ପ୍ରଦାନ କରିଥିଲେ ।

