ବାରିପଦା: ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ ଆର୍ଟ ଆଣ୍ଡ କ୍ରାଫ୍ଟ ର 11 ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଅଛି l ଏହି ଶିବିର 21.05.25 ରୁ 31.05.25 ଯାଏଁ ଚାଲୁ ରହିଥିଲା l ଆଜିର ଏହି ଉଦଯାପନୀ ସଭା ରେ ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତା ସଭାପତିତ୍ୱ କରିଥିଲେ l ସନମାନନୀୟ ଅତିଥି ଭାବେ ବରିଷ୍ଠ ଇଂରାଜୀ ଅଧ୍ୟାପକ ଡ଼. ରଂଜିତ କୁମାର ସାହୁ ଯୋଗ ଦେଇ ଥିବାବେଳେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ତରରେ ସମ୍ମାନିତ ଚିତ୍ର ଶିଳ୍ପୀ ତଥା ଆର୍ଟ ଆଣ୍ଡ କଲଚର ର ଡିସଟ୍ରିକ୍ଟ ଆଡ଼ଭାଇଜାରୀ ମେମ୍ବର ଶ୍ରୀ ଚାରୁ ଚନ୍ଦ୍ର ଦାସ ଯୋଗ ଦେଇ ବିଭିନ୍ନ ପ୍ରକାର ଉପଦେଶ ପିଲା ମାନଙ୍କୁ ଦେଇଥିଲେ l ତା ସହିତ ସବୁ ଆର୍ଟ ଆଣ୍ଡ କ୍ରାଫ୍ଟ କୁ ବୁଲି ଦେଖିବା ସହିତ କେମ୍ପ ରେ ଯୋଗ ଦେଇଥିବା ସମସ୍ତ ପିଲାଙ୍କୁ ସାର୍ଟିଫିକେଟ ସହିତ ମେଡାଲ ପ୍ରଦାନ କରିଥିଲେ l ଆଜିର ସଭାରେ ଟ୍ରଷ୍ଟି ରାକେଶ କୁମାର ବେହେରା ଅତିଥି ପରିଚୟ କରିଥିବା ବେଳେ ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ସୂଚନା ଯୋଗ୍ୟକି ଶ୍ରୀ ଜଗନ୍ନାଥ କଳା ଏକାଡେମୀ ରେ ବର୍ତମାନ ଆର୍ଟ ଆଣ୍ଡ କ୍ରାଫ୍ଟ ସହିତ ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ, କଣ୍ଠ ସଙ୍ଗୀତ ସହିତ ଯୋଗ କ୍ଲାସ ମଧ୍ୟ୍ୟ କରାଯାଉଅଛି l ଆଜିକାର ସଭାକାର୍ଯ୍ୟ ପରିଚାଳନାରେ ଆର୍ଟ ଆଣ୍ଡ କ୍ରାଫ୍ଟ ର ଦୁଇ ଜଣ ପ୍ରଶିକ୍ଷକ ଚିରଞ୍ଜୀବ ସାହୁ, ପ୍ରକାଶନି ସାହୁ ସହଯୋଗ କରିଥିଲେ l

