ଆଗରପଡ଼ା : ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପୃଷ୍ଠପୋଷକ ତଥା ସୁପ୍ରିମକୋର୍ଟ ଓକିଲ ଜଗତମୋହନ ସିଂହଙ୍କୁ ସମ୍ମାନୀତ କରାଯାଇଛି । ଆଇନ୍ର ସବୌଚ୍ଚ ନ୍ୟାୟାଳୟ ପୂର୍ବରୁ ଏକ ବିସ୍ତୃତ ଆଡ଼ଭୋକେଟ ପ୍ରାକ୍ଟିସିଂ ଭାବରେ ଆଇନ୍ ର ଫିଲ୍ଡ , ଉତ୍ସର୍ଗ ଓ ଅତିରିକ୍ତ ଯୋଗଦାନ ପାଇଁ ପ୍ଲେକ ଅଫ ଅନର ଶ୍ରୀ ସିଂହଙ୍କୁ ଅଲ୍ ଇଣ୍ଡିଆନ କାଉନସିଲ ଅଫ ଜୁରିଷ୍ଟ ଓ ଅଲ୍ ଇଣ୍ଡିଆ ବାର ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଛି । ଶ୍ରୀ ସିଂହ ବିଟିପୁର ଗ୍ରାମର ସ୍ୱର୍ଗତ କିଶୋରୀ ମୋହନ ସିଂହଙ୍କ ପୁଅ ଅଟନ୍ତି ।ଏହି ସମ୍ମାନ ତାଙ୍କୁ ଆଗକୁ ଯିବା ପାଇଁ ଅଧିକ ସହାୟକ ହେବ ବୋଲି ଜଗତମୋହନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

