Img 20251028 wa0234

ଭାରତୀୟ ରଗ୍‌ବି ଦଳର ଉପଅଧିନାୟକ ଡୁମୁଣି ମାରାଣ୍ଡି ଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

ରାଜ୍ୟ
ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ୍‌ ରୂପେ କାର୍ଯ୍ୟରତ ସୁଶ୍ରୀ ଡୁମୁଣି ମାରାଣ୍ଡି ଭାରତୀୟ ସିନିୟର ରଗ୍‌ବି ଦଳର ଉପଅଧିନାୟକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥି ନିମନ୍ତେ ଆଜି ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ତାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ଶତପଥୀ ସୁଶ୍ରୀ ଡୁମୁଣି ମାରାଣ୍ଡିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ତଥା ଏ ମୟୂରଭଞ୍ଜ ମାଟି ଗର୍ବିତ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ସୁଶ୍ରୀ ଡୁମୁଣି ମାରାଣ୍ଡି କୁଳିଅଣା ଗେଣ୍ଡା ପୋଖରୀର ଶ୍ରୀ ଦୁଲ୍ଲଭ କିଶୋର ମାରାଣ୍ଡିଙ୍କ ଝିଅ । ସେ ନିକଟରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇଥିବା ଏସିଆ ରଗବି ଏମିରେଟ ସେଭେନ ସିରିଜ୍‌ ୨୦୨୫ ରେ ଭାରତ ତରଫରୁ ଖେଳିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଦେଶର ଆନ୍ତର୍ଜାତିକ ରଗ୍‌ବି ଖେଳରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।