ବାରିପଦା- ଆଦିବାସୀ ମାନଙ୍କ ସମ୍ପତିର ଉତ୍ତରାଧିକାରୀ ଭାବେ ତାଙ୍କ ପୁତ୍ର ସନ୍ତାନମାନେ ହିଁ ଆବାହନ କାଳରୁ ରହିଆସୁଛନ୍ତି l ଯେଉଁ ଆଦିବାସୀ ପିତା ମାତା ଙ୍କର ପୁତ୍ର ସନ୍ତାନ ନାହାନ୍ତି ସେମାନଙ୍କର ଝିଅ ମାନେହିଁ ଉତ୍ତରାଧିକାରୀ ହୋଇପାରିବେ l ଯାହାକି କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାର ମାନେ ଏହି ନିୟମକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରୀ କରିଆସୁଛନ୍ତି l ମାତ୍ର ଦୁଃଖ ର ବିଷୟ ଯେ ଓଡିଶା ରାଜ୍ୟ ସରକାର ଙ୍କ କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଦେଖିବାକୁ ମିଳୁଅଛି l ମୃତ ପିତାମାତାଙ୍କ ସମ୍ପତିରେ ପୁଅମାନଙ୍କ ସହିତ ଝିଅ ମାନଙ୍କ ର ନାମକୁ ଯୋଡି ଦିଆଯାଉଅଛି l ଆଦିବାସୀ ସମାଜରେ ପୁତ୍ର ମାନେହିଁ ପିତା ମାତାଙ୍କ ସମ୍ପତିର ଉତ୍ତରାଧିକାରୀ ଅଟନ୍ତି l ମୃତ ବ୍ୟକ୍ତିଙ୍କ ପୁଅ ମାନେ ଥାଉ ଥାଉ ଝିଅ ମାନେ ସମ୍ପତିର ହକଦାର ହୋଇପାରିବେ ନାହଁ l କିନ୍ତୁ ମୟୁରଭଞ୍ଜ ଜିଲାରେ ତହିସିଲଦାର ଓ ରାଜସ୍ୱ ନିରୀକ୍ଷଙ୍କ ମାନେ ବେଆଇନ ଭାବେ ଜମିପଟାରେ ସଂଶଧନକରି ପୁଅ ମାନଙ୍କ ସହିତ ଝିଅ ମାନଙ୍କ ନାମକୁ ଯୋଡି ଦେଉଛନ୍ତି l ଯାହାଫଳରେ ଆଦିବାସୀ ପରିବାର ମଧ୍ୟରେ ହିଂସାତ୍ମକ ବାତାବରଣ ସୃଷ୍ଟି ହେଉଅଛି l ଏହିଭଳି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ନେଇ ଭାରତ ମୁଣ୍ଡାସମାଜ ର ଏକ ପ୍ରତିନିଧି ଦଳ ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ଶାମାଖୁଣ୍ଟ ତହସିଲଦାର ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବୀ ପତ୍ର ପ୍ରଦାନ କରିଛନ୍ତି l1950 ମସିହାରୁ 2025 ମସିହା ପର୍ଯ୍ୟନ୍ତ କୌଣସି ସରକାର ଙ୍କ ସମୟରେ ଏହିଭଳି ନିଷ୍ପତି ନିଆଯାଇ ନଥିଲା ମାତ୍ର ଏହି ସରକାରଙ୍କ ସମୟରେ ଏହିଭଳି ନିଷ୍ପତି କୁ ଭାରତ ମୁଣ୍ଡା ସମାଜ ପକ୍ଷରୁ ଘୋର ନିନ୍ଦା କରାଯାଇଅଛି l ଉକ୍ତ ଦାଵୀପ୍ରଦାନ ପ୍ରତିନିଧି ଦଳରେ ଭାରତ ମୁଣ୍ଡା ସମାଜର ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସିଂ,ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଧନ ସିଂ, ରାଜ୍ୟ ସମ୍ପାଦକ ବାଇଧର ସିଂ ଓ ବିଜୟ କୁମାର ସିଂ, ରାଜ୍ୟ ଯୁବ ସଭାପତି ସବରନ ସିଂ ସାଙ୍ଗକୁ ଅନ୍ୟାନ୍ୟ ଆଦିବାସୀ ନେତୃବୃନ୍ଦ ସାମିଲଥିଲେ l ଯଦି ସରକାର ଏହାକୁ ତୁରନ୍ତ ବନ୍ଦ ନକରନ୍ତି ତାହାଲେ ଆଗକୁ ଜନ ଆନ୍ଦୋଳନ ର ସୂତ୍ରପାତ ହେଵବୋଲି ଚେତାବନି ଦିଆଯାଇଅଛି l

