Ayt6dfungeat81bweedg

ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ୭ଟି ଗ୍ୟାରେଣ୍ଟି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ ନିଜର ଇସ୍ତାହାର ଜାରି କରିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ଜେଏମ୍ଏମ୍ ର ମେଣ୍ଟ ଜନସାଧାରଣଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହି ୭ଟି ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ମହିଳାଙ୍କ ପାଇଁ ଆର୍ଥିକ ସହାୟତା, କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ […]

Read More Text.
Skynews Joe Biden Donald Trump 6750796

ଯିବା ପୂର୍ବରୁ ତୃତୀୟ ବିଶ୍ବଯଦ୍ଧ ଆରମ୍ଭ କରିବାକୁ ଚାହୁଁଛନ୍ତି ବାଇଡେନ୍ !

ମସ୍କୋ: ଲାଗୁଛି ଯିବା ପୂର୍ବରୁ ବିଶ୍ବକୁ ୩ୟ ବିଶ୍ବଯୁଦ୍ଧ ମଧ୍ୟକୁ ଠେଲିଦେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶକ୍ତିଶାଳୀ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଭିତରେ ଆକ୍ରମଣ କରିବାକୁ ବାଇଡେନ ଅନୁମତି ଦେଇଛନ୍ତି। ରୁଷ୍ ଏହାକୁ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି କହିଛି। ଆମେରିକାର କ୍ଷେପଣାସ୍ତ୍ର ସାହାଯ୍ୟରେ ରୁଷିଆ ଉପରେ ୟୁକ୍ରେନ ଆକ୍ରମଣ କଲେ ତାହ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ରୁଷିଆର ସାଂସଦମାନେ ରବିବାର କହିଛନ୍ତି। ଏପରିକି ପରବର୍ତ୍ତି […]

Read More Text.
Td3wcm6idcefvdzx1byi

ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ମୁମ୍ବାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି ରହିଛି। ପ୍ରଚାରରେ ଅନେକ ରୋଚକ ମାମଲା ଦେଖିବାକୁ ମିଳୁଛି। ରାଜନୈତିକ ବାକ୍‌ଯୁଦ୍ଧ ଏବଂ ଅଭିଯୋଗ ତଥା ପ୍ରତିବାଦ ମଧ୍ୟରେ କେତେକ ଆସନରେ ସ୍ଥାନରେ ଦାଦା ପୁତୁରାଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ଚାଲିଛି। ତେବେ ଏକ ଆସନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ରରେ ଅନେକ ବିଧାନସଭା ଆସନ ଅଛି ଯେଉଁଠି ସମ୍ପର୍କୀୟଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏଭଳି ଆସନ ଖବରରେ ରହିଛି। […]

Read More Text.
Ai 1731925996

ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ

ଜୟପୁର : ସାମ୍ନାକୁ ଆସିଛି ଗୋଟିଏ ଭୟଙ୍କର ଘଟଣା । ୯ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ବ୍ୟକ୍ତି। ବାହାଘର ବେଳେ ହୋଇଥିବା ଯୁକ୍ତିତର୍କ ଯୋଗୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ରାଜସ୍ଥାନର ଦଉସା ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି। ଜିଲ୍ଲାର ଲାଡପୁରା ଗାଁରେ ଗୋଟିଏ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା। ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ […]

Read More Text.
Image 1731916490

ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ

ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଙନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ […]

Read More Text.
Violence 1731903343

ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା : ପୁଣି ଅଶାନ୍ତ ପଶ୍ଚିମବଙ୍ଗ। ଏଠାକାର ମୁର୍ସିଦାବାଦ ଜିଲ୍ଲା ପୁଣି ଥରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଚର୍ଚ୍ଚାକୁ ଆସିଛି। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ଏହି ସଂଘର୍ଷ ଘଟିଛି। ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବେଲଡଙ୍ଗାରେ ଘଟିଥିବା […]

Read More Text.
Image 1731848135

ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ

ବେଙ୍ଗାଲୁରୁ : ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ ନଭେମ୍ବର ୧୩ରେ ଘଟିଥିଲା। ଏଥିରେ ଜଣେ ୩୯ ବର୍ଷୀୟ ଯୁବକ ମହମ୍ମଦ ହୁସେନଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା SUV କାର୍ ଡ୍ରାଇଭର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଦେବୀ ପ୍ରସାଦ […]

Read More Text.
Image 1731851055

‘ପରିସ୍ଥିତି ସୁଧାରିବାରେ ବିଫଳ’; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି। ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ନ୍ୟାସନାଲ ପିପୁଲ୍ସ ପାର୍ଟି ପକ୍ଷରୁ ବିଜେପି ରାଷ୍ଟ୍ରୀୟ […]

Read More Text.
Imran Khan 1721042342

ଜେଲରୁ ଇମ୍ରାନଙ୍କ ମୁକ୍ତି ଦାବି କଲେ ଆମେରିକୀୟ ସାଂସଦ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକ୍ତି କରିବା ଲାଗି ଦାବି କରିଛନ୍ତି ଆମେରିକୀୟ ସାଂସଦ। ଏଥିଲାଗି ୪୬ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଦାବି ଜଣାଇଛନ୍ତି। ଇମ୍ରାନଙ୍କ ସହିତ ଜେଲରେ ବନ୍ଦୀ ଥିବା ଅନ୍ୟ ନେତାମାନଙ୍କୁ ବି ମୁକ୍ତ କରିବାକୁ ସାଂସଦମାନେ ଦାବି କରିଛନ୍ତି। ପାକିସ୍ତାନରେ ରାଜନୈତିକ ବନ୍ଦୀ, ମାନବାଧିକାର ଉଲ୍ଲଂଘନ ଏବଂ ଗଣତାନ୍ତ୍ରିକ ନୀତି ସମ୍ପର୍କରେ ଜାତିସଂଘର ଏକ ପ୍ରତିନିଧି ଦଳ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ […]

Read More Text.
Image 1731826339

‘ମିସ୍‌ ୟୁନିଭର୍ସ ୨୦୨୪’: ଇତିହାସ ରଚିଲା ଡେନମାର୍କ

ମୁମ୍ବାଇ : ୨୦୨୪ ମିସ୍ ୟୁନିଭର୍ସ ଘୋଷିତ। ଚଳିତ ବର୍ଷର ଏହି ସମ୍ମାନଜନକ ଟାଇଟଲ୍ ହାତେଇଛି ଡେନମାର୍କ। ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର ଥେଲବିଗ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୪। ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଡେନମାର୍କକୁ ମିସ୍ ୟୁନିଭର୍ସ ଟାଇଟଲ୍ ଭେଟି ଦେଇଛନ୍ତି । ଡେନମାର୍କ ୱିନର୍ ହୋଇ ଥିବାବେଳେ ନାଇଜେରିଆ ହୋଇଛି ରନର୍ ଅପ୍। ନାଇଜେରିଆର ଚିଡିମ୍ମା ଆଡେଟସିନା ହୋଇଛନ୍ତି ମିସ୍ ୟୁନିଭର୍ସର ପ୍ରଥମ ରନର୍ ଅପ୍। ସେହିପରି ଦ୍ୱିତୀୟ […]

Read More Text.