ଭ

ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କଲା ଆପ

ନୂଆଦିଲ୍ଲୀ : ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସୋମବାର ଜାଟ୍‌ ନେତା ରଘୁଭିନ୍ଦରୀ ଶୋକୀନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଆପ୍‌ ଛାଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ଆପ୍‌ ତରିବରିଆ ଭାବେ ଶୋକୀନଙ୍କୁ ମନ୍ତ୍ରୀ କରିବା ପଛର କାରଣ ସ୍ପଷ୍ଟ ଭାବେ ଅନୁମେୟ ହେଉଛି। ଦିଲ୍ଲୀ ଭୋଟରେ ଜାଟ୍‌ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ […]

Read More Text.
ଭଭ

ଇରାନ୍‌ର ପରବର୍ତ୍ତୀ ଉତ୍ତରାଧିକାରୀ ବାଛିଲେ ଖାମେନେଇ

ତେହେରାନ : ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି ଇରାନାର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ। ବେଶ୍‌ ସିକ୍ରେଟ୍‌ ରୂପେ ମୋଜତାବା ଖାମେନେଇକୁ ଇରାନ ସୁପ୍ରିମ ଲିଡରର ଗାଦିରେ ବାସାଇଥିବା ଦାବି କରାଯାଉଛି। ମୋଜତାବା ହେଉଛନ୍ତି ଖାମେନେଇଙ୍କ ସାନ ପୁଅ। ତେବେ ସେ ଏଭଳି କାହିଁକି କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି? କିଛି ରିପୋର୍ଟ ଦାବି କରୁଛି ଯେ ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ସେ କୋମାରେ ଅଛନ୍ତି। ତେଣୁ ଖାମେନେଇଙ୍କ ପୁଅ ମୋଜତାବାଙ୍କୁ ଇରାନର ସର୍ବୋଚ୍ଚ […]

Read More Text.
Priyanka 1731933106

ପ୍ରିୟଙ୍କା ଗାନ୍ଧି ଭଦ୍ରା ରୋଡ ଶୋ’ କରୁଥିବା ବେଳେ ବିଜେପି ସମର୍ଥକ ଦଳର ପତାକା ଉଡ଼ାଇ ନାରାବାଜୀ କଲେ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କ ଗାନ୍ଧି ଭଦ୍ରା ରବିବାର ନାଗପୁରରେ ବିଶାଳ ରୋଡ ଶୋ’ କରିଛନ୍ତି। ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ। ହେଲେ ଏଥିରେ ପ୍ରିୟଙ୍କା ବିଚଳିତ ନ ହୋଇ ହସିହସି ସେମାନଙ୍କୁ ସମ୍ବୋଧନ କରିବା ସହ ବୁଧବାର ହେବାକୁ ଥିବା ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାର […]

Read More Text.
Z

ସ୍ଥିତି ସାଂଘାତିକ: ସର୍ବୋଚ୍ଚ ସ୍ତରରେ ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ମାନ ସୋମବାର ଆହୁରି ଖରାପ ହୋଇଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। କାରଣ ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ(AQI) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଠାରେ ଆଜି ଏକ୍ୟୁଆଇ ୪୯୩ ରହିଛି। ଚଳିତ ଋତୁରେ ଏହା ସର୍ବାଧିକ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଦିଲ୍ଲୀକୁ ପ୍ରଦୂଷଣ ଏତେ ମାତ୍ରାରେ ଘୋଡ଼ାଇ ରଖିଛି ଯେ ୧୫୦ରୁ ଅଧିକ ମିଟର ରାସ୍ତା ଦୃଶ୍ୟମାନ ହେଉନାହିଁ। […]

Read More Text.
Ayt6dfungeat81bweedg

ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ୭ଟି ଗ୍ୟାରେଣ୍ଟି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ ନିଜର ଇସ୍ତାହାର ଜାରି କରିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ଜେଏମ୍ଏମ୍ ର ମେଣ୍ଟ ଜନସାଧାରଣଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହି ୭ଟି ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ମହିଳାଙ୍କ ପାଇଁ ଆର୍ଥିକ ସହାୟତା, କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ […]

Read More Text.
Skynews Joe Biden Donald Trump 6750796

ଯିବା ପୂର୍ବରୁ ତୃତୀୟ ବିଶ୍ବଯଦ୍ଧ ଆରମ୍ଭ କରିବାକୁ ଚାହୁଁଛନ୍ତି ବାଇଡେନ୍ !

ମସ୍କୋ: ଲାଗୁଛି ଯିବା ପୂର୍ବରୁ ବିଶ୍ବକୁ ୩ୟ ବିଶ୍ବଯୁଦ୍ଧ ମଧ୍ୟକୁ ଠେଲିଦେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶକ୍ତିଶାଳୀ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଭିତରେ ଆକ୍ରମଣ କରିବାକୁ ବାଇଡେନ ଅନୁମତି ଦେଇଛନ୍ତି। ରୁଷ୍ ଏହାକୁ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି କହିଛି। ଆମେରିକାର କ୍ଷେପଣାସ୍ତ୍ର ସାହାଯ୍ୟରେ ରୁଷିଆ ଉପରେ ୟୁକ୍ରେନ ଆକ୍ରମଣ କଲେ ତାହ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ରୁଷିଆର ସାଂସଦମାନେ ରବିବାର କହିଛନ୍ତି। ଏପରିକି ପରବର୍ତ୍ତି […]

Read More Text.
Td3wcm6idcefvdzx1byi

ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ମୁମ୍ବାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି ରହିଛି। ପ୍ରଚାରରେ ଅନେକ ରୋଚକ ମାମଲା ଦେଖିବାକୁ ମିଳୁଛି। ରାଜନୈତିକ ବାକ୍‌ଯୁଦ୍ଧ ଏବଂ ଅଭିଯୋଗ ତଥା ପ୍ରତିବାଦ ମଧ୍ୟରେ କେତେକ ଆସନରେ ସ୍ଥାନରେ ଦାଦା ପୁତୁରାଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ଚାଲିଛି। ତେବେ ଏକ ଆସନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ରରେ ଅନେକ ବିଧାନସଭା ଆସନ ଅଛି ଯେଉଁଠି ସମ୍ପର୍କୀୟଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏଭଳି ଆସନ ଖବରରେ ରହିଛି। […]

Read More Text.
Ai 1731925996

ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ

ଜୟପୁର : ସାମ୍ନାକୁ ଆସିଛି ଗୋଟିଏ ଭୟଙ୍କର ଘଟଣା । ୯ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ବ୍ୟକ୍ତି। ବାହାଘର ବେଳେ ହୋଇଥିବା ଯୁକ୍ତିତର୍କ ଯୋଗୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ରାଜସ୍ଥାନର ଦଉସା ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି। ଜିଲ୍ଲାର ଲାଡପୁରା ଗାଁରେ ଗୋଟିଏ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା। ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ […]

Read More Text.
Image 1731916490

ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ

ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଙନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ […]

Read More Text.
Violence 1731903343

ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା : ପୁଣି ଅଶାନ୍ତ ପଶ୍ଚିମବଙ୍ଗ। ଏଠାକାର ମୁର୍ସିଦାବାଦ ଜିଲ୍ଲା ପୁଣି ଥରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଚର୍ଚ୍ଚାକୁ ଆସିଛି। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ଏହି ସଂଘର୍ଷ ଘଟିଛି। ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବେଲଡଙ୍ଗାରେ ଘଟିଥିବା […]

Read More Text.