Image 1732013549

ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ

ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ବହୁଜନ ବିକାଶ ଅଗାଡି (BVA) ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା। ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୁଦ୍ଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଥିଲା। BVA ଭିଡିଓ ଶେଆର କରି […]

Read More Text.
Image 1732011323

ଭୋଟର ଦିନକ ପୂର୍ବରୁ ହାଇ ଡ୍ରାମା; ବିଜେପି ନେତା ଟଙ୍କା ବାଣ୍ଟିଥିବା ଅଭିଯୋଗ

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ବହୁଜନ ବିକାଶ ଅଗାଡ଼ି (BVA) ଦଳ ଅଭିଯୋଗ ଆଣିଛି। ବସାଇ ବିଧାୟକ ହିତେନ୍ଦ୍ର ଠାକୁରଙ୍କ ନେତୃତ୍ୱାଧୀନ BVAର ପାଲଘର ଜିଲ୍ଲାରେ ଦବଦବା ରହିଛି। ବସାଇ, ନାଲସପୋରା ଏବଂ ବୋଇସାରରେ BVA ବିଧାୟକ ଅଛନ୍ତି। […]

Read More Text.
Dfs

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା! କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ପ୍ରଦୂଷଣରେ ଆଉଟୁପାଉଟୁ ହେଉଛି ସମଗ୍ର ଉତ୍ତର ଭାରତ। ନିଶ୍ୱାସ ନେବା ଏଠି ମୁସ୍‌କିଲ ହୋଇପଡିଛି। ଧୂଳି ଆଉ ଧୂଆଁର ମୋଟା ଚାଦର ତଳେ ଢ଼ାଙ୍କି ହୋଇ ରହିଛି ଦିଲ୍ଲୀ। ଏଥିରେ ଆସୁନି କୌଣସି ସୁଧାର। ଦିନକୁ ଦିନ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଧ୍ୟ ନିଜ ହାତ ଟେକି ଦେଇଛନ୍ତି। ଏବେ କେବଳ କୃତ୍ରିମ ବର୍ଷା ଭରସା। ପ୍ରଦୂଷଣରୁ ମୁକ୍ତି ପାଇଁ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ […]

Read More Text.
Putin 1732020326

ୟୁକ୍ରେନକୁ ବାଇଡେନଙ୍କ ମିସାଇଲ ଅନୁମତି ପରେ ପରମାଣୁ ହମଲାର ଧମକ ଦେଲେ ପୁଟିନ

ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧ ଆଜି ୧୦୦୦ ଦିନରେ ପହଞ୍ଚିଛି। ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟି ଚାଲିଛି। ଯୁଦ୍ଧ ଯୋଗୁ ରୁଷ ଅପେକ୍ଷା ୟୁକ୍ରେନ ଅଧିକ କ୍ଷତି ସହିଛି। ୟୁକ୍ରେନର ଅନେକ ବଡ଼ବଡ଼ ସହର ମାଟିରେ ମିଶି ଯାଇଛି। ତଥାପି ୟୁକ୍ରେନ ହାର ମାନିନାହିଁ। ଏବେ ବି ଦେଶ ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ସହ ଯୁଦ୍ଧ ଜାରି ରଖିଛି। ଏସବୁ ଭିତରେ […]

Read More Text.
Image 1731997006

ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ, VIP ଟ୍ରିଟ୍‌ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବ ନିର୍ବାଚନ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ। ନଭେମ୍ବର ୨୩ରେ ଆସିବ ଫଳାଫଳ। ଏହାରି ଭିତରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ପୂଜା କରିବା ସହ ସେବାରେ ମଧ୍ୟ ଭାଗ ନେଇଥିଲେ। କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ଏହି ଗସ୍ତକୁ ନେଇ ଉତ୍ତେଜନା ଦେଖାଦେଇଛି। ରାହୁଲ ଗାନ୍ଧି ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ […]

Read More Text.
ଭ

ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କଲା ଆପ

ନୂଆଦିଲ୍ଲୀ : ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସୋମବାର ଜାଟ୍‌ ନେତା ରଘୁଭିନ୍ଦରୀ ଶୋକୀନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଆପ୍‌ ଛାଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ଆପ୍‌ ତରିବରିଆ ଭାବେ ଶୋକୀନଙ୍କୁ ମନ୍ତ୍ରୀ କରିବା ପଛର କାରଣ ସ୍ପଷ୍ଟ ଭାବେ ଅନୁମେୟ ହେଉଛି। ଦିଲ୍ଲୀ ଭୋଟରେ ଜାଟ୍‌ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ […]

Read More Text.
ଭଭ

ଇରାନ୍‌ର ପରବର୍ତ୍ତୀ ଉତ୍ତରାଧିକାରୀ ବାଛିଲେ ଖାମେନେଇ

ତେହେରାନ : ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି ଇରାନାର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ। ବେଶ୍‌ ସିକ୍ରେଟ୍‌ ରୂପେ ମୋଜତାବା ଖାମେନେଇକୁ ଇରାନ ସୁପ୍ରିମ ଲିଡରର ଗାଦିରେ ବାସାଇଥିବା ଦାବି କରାଯାଉଛି। ମୋଜତାବା ହେଉଛନ୍ତି ଖାମେନେଇଙ୍କ ସାନ ପୁଅ। ତେବେ ସେ ଏଭଳି କାହିଁକି କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି? କିଛି ରିପୋର୍ଟ ଦାବି କରୁଛି ଯେ ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ସେ କୋମାରେ ଅଛନ୍ତି। ତେଣୁ ଖାମେନେଇଙ୍କ ପୁଅ ମୋଜତାବାଙ୍କୁ ଇରାନର ସର୍ବୋଚ୍ଚ […]

Read More Text.
Priyanka 1731933106

ପ୍ରିୟଙ୍କା ଗାନ୍ଧି ଭଦ୍ରା ରୋଡ ଶୋ’ କରୁଥିବା ବେଳେ ବିଜେପି ସମର୍ଥକ ଦଳର ପତାକା ଉଡ଼ାଇ ନାରାବାଜୀ କଲେ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କ ଗାନ୍ଧି ଭଦ୍ରା ରବିବାର ନାଗପୁରରେ ବିଶାଳ ରୋଡ ଶୋ’ କରିଛନ୍ତି। ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ। ହେଲେ ଏଥିରେ ପ୍ରିୟଙ୍କା ବିଚଳିତ ନ ହୋଇ ହସିହସି ସେମାନଙ୍କୁ ସମ୍ବୋଧନ କରିବା ସହ ବୁଧବାର ହେବାକୁ ଥିବା ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାର […]

Read More Text.
Z

ସ୍ଥିତି ସାଂଘାତିକ: ସର୍ବୋଚ୍ଚ ସ୍ତରରେ ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ମାନ ସୋମବାର ଆହୁରି ଖରାପ ହୋଇଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। କାରଣ ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ(AQI) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଠାରେ ଆଜି ଏକ୍ୟୁଆଇ ୪୯୩ ରହିଛି। ଚଳିତ ଋତୁରେ ଏହା ସର୍ବାଧିକ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଦିଲ୍ଲୀକୁ ପ୍ରଦୂଷଣ ଏତେ ମାତ୍ରାରେ ଘୋଡ଼ାଇ ରଖିଛି ଯେ ୧୫୦ରୁ ଅଧିକ ମିଟର ରାସ୍ତା ଦୃଶ୍ୟମାନ ହେଉନାହିଁ। […]

Read More Text.
Ayt6dfungeat81bweedg

ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ୭ଟି ଗ୍ୟାରେଣ୍ଟି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ ନିଜର ଇସ୍ତାହାର ଜାରି କରିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ଜେଏମ୍ଏମ୍ ର ମେଣ୍ଟ ଜନସାଧାରଣଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହି ୭ଟି ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ମହିଳାଙ୍କ ପାଇଁ ଆର୍ଥିକ ସହାୟତା, କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ […]

Read More Text.