Modi

ନାଗପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National & International

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଗପୁରରେ ଗସ୍ତରେ ଅଛନ୍ତି । ଇତି ମଧ୍ୟରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିଷ୍ଠାକୁ ୮ବର୍ଷ ବିତିଯାଇଛି । ନାଗପୁର ଗସ୍ତରେ ଆସି ଶ୍ରୀ ମୋଦି ଆରଏସଏସର ସଂସ୍ଥାପକଙ୍କ ମୁର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରଦ୍ଧାଞ୍ଜଳି ଅର୍ପଣବେଳେ ମୋଦିଙ୍କ ସମେତ ସଂଘର ମୁଖ୍ୟ ମୋହନ ଭାଗବତ  ମଧ୍ୟ ତାଙ୍କ ସହିତ ରହିଥିବା ଦେଖିବାକୁ ମିଳିଛି । ଏହାପରେ ମୋଦି ବାବା ଆମ୍ବେଦକର ଦୀକ୍ଷା ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ଥିବା ଭିଜିଟର ବୁକରେ କିଛି ସନ୍ଦେଶ ଦେବା ସହ ହସ୍ତାକ୍ଷର ମଧ୍ୟ ଦେଇଛନ୍ତି ।

ପରମ ପୂଜନୀୟ ଡ. ହେଡଗେୱାରଙ୍କୁ ହାର୍ଦ୍ଦିକ ପ୍ରଣାମ ଜଣାଇ ଏମିତି କିଛି ଭିଜିଟର ବୁକରେ ଲେଖିଥିଲେ ମୋଦି । ” ଏହି ମନ୍ଦିର ଏକ ପବିତ୍ର ପୀଠସ୍ଥଳୀ । ଏହି ମନ୍ଦିରକୁ ଆସି ଶାନ୍ତି ଅନୁଭବ କରୁଛି । ମନ୍ଦିରର ଏହି ଦୀକ୍ଷା ମୂର୍ତ୍ତି ଜାତୀୟ ସେବା କରିବା ପାଇଁ ପ୍ରେରଣା ଦେଇଥାଏ । ଭାରତୀୟ ଗୌରବ ବୃଦ୍ଧି କରିବାର ଶକ୍ତି ପ୍ରଦାନ କରିଥାଏ । ତେଣୁ ଭାରତୀୟ ସଂସ୍କୃତିର ଏହି ଗୌରବମୟ କଥା ହେଉଛି ଏକ ବଡ ଉଦାହରଣ । ” ପ୍ରଧାନମନ୍ତ୍ରୀ ମୋଦି ବାବାଙ୍କ ଦୀକ୍ଷାଭୂମି ପରିଦର୍ଶନ କରି କହିଛନ୍ତି ଯେ, ଏଭଳି ପଞ୍ଚଭୂତ ତୀର୍ଥସ୍ଥଳୀରେ ପହଞ୍ଚି ସୌଭାଗ୍ୟ ଲାଭ କରିପାରିଛି । ଦୀକ୍ଷା ଭୂମି ଆମକୁ ଗରିବ, ବଞ୍ଚିତ ଏବଂ ଅସହାୟଙ୍କ ପାଇଁ ସମାନ ଅଧିକାର ଏବଂ ନ୍ୟାୟର ବ୍ୟବସ୍ଥା ସହିତ ଆଗକୁ ବଢ଼ିବା ପାଇଁ ଶକ୍ତି ପ୍ରଦାନ କରେ ବୋଲି ଶ୍ରୀ ମୋଦି କହିଥିଲେ ।