Image 1730956632

ରକ୍ଷା ମନ୍ତ୍ରୀଙ୍କୁ ହଟାଇଲେ ନେତାନ୍ୟାହୁ, ଜୋରଦାର ବିକ୍ଷୋଭ

ମଧ୍ୟପ୍ରାଚ୍ୟ ଦେଶରେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ଆଉ ଏହି ଯୁଦ୍ଧ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। ନିଜ ପ୍ରତିରକ୍ଷା ମନ୍ତ୍ରୀକୁ ବିଦା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ମଙ୍ଗଳବାର ନିଜ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ଏହାକୁ ନେଇ ଦେଶରେ ହଙ୍ଗାମା ଆରମ୍ଭ ହୋଇଛି। ରାସ୍ତାକୁ ଓହ୍ଲାଇ ଲୋକେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ତାଙ୍କ ଉପରେ ବିଶ୍ୱାସ ଅଭାବ ଥିବା ନେତାନ୍ୟାହୁ ଯୁକ୍ତି […]

Read More Text.
Image 1730960470

ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା, ଠେଲାପେଲା ହେଲେ ବିଧାୟକ

ଜମ୍ମୁ-କଶ୍ମୀର ବିଧାନସଭାରେ ହେଲା ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ବିଧାୟକ। ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା। ପରସ୍ପରକୁ ଦେଲେ ଧକ୍କା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଫଳରେ ଗୃହକୁ ମୁଲତବୀ କରାଯାଇଛି। ସୂଚନା ମୁତାବକ, ଗତକାଲି ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗତକାଲି ଠାରୁ ଗୃହରେ ହଙ୍ଗାମା ଜାରି ରହିଥିଲା। […]

Read More Text.
Image 1730949502

ହିନ୍ଦୁଙ୍କ ଉପରେ ସେନାର ବର୍ବରତା, ଇସ୍କନ୍‌ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା

ବାଂଲାଦେଶରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି। ଇସ୍କନ୍ ବିରୋଧ ଫେସ୍‌ବୁକ୍ ପୋଷ୍ଟକୁ ନେଇ ଦେଖାଦେଇଛି ଅଶାନ୍ତି। ଏହାକୁ ବିରୋଧ କରି କିଛି ହିନ୍ଦୁ ବିକ୍ଷୋଭ କରୁଥିବା ବେଳେ ତାଙ୍କ ଉପରେ ବଂଲାଦେଶ ସେନା କରିଛି ଆକ୍ରମଣ। ଲାଠି ଚାର୍ଜ କରିବା ସହ କରିଛି ଫାଙ୍କା ଗୁଳି ଚାଳନା। ହିନ୍ଦୁ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶ ବନ୍ଦର ସହର ଚିଟଗଙ୍ଗ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଇସ୍କନଙ୍କ ବିରୋଧରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

Read More Text.
Image 1730952463

ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କୀ ୟାସିନ ମଲ୍ଲିକଙ୍କ ପତ୍ନୀ

ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେଏଫଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ ଉଠାଇବାକୁ ଚିଠିରେ ମୁଶାଲ ଅନୁରୋଧ କରିଛନ୍ତି। ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାରେ ତାଙ୍କ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ମୁଶାଲ ଦାବି କରିଛନ୍ତି। ଏଥିସହ ମିଥ୍ୟା ମାମଲାରେ ତାଙ୍କ […]

Read More Text.
Canada 1730978258

ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କମିଶନ ପକ୍ଷରୁ କାନାଡାରେ ଖୋଲାଯିବାକୁ ଯୋଜନା ହୋଇଥିବା କିଛି କନସୁଲାର କ୍ୟାମ୍ପକୁ ବନ୍ଦ କରି ଦିଆଯାଇଛି। ନଭେମ୍ବର ୨ ଓ ୩ ତାରିଖରେ ବ୍ରାମ୍ପଟନ ଓ ସୁରେୟରେ ଥିବା ଦୁଇଟି […]

Read More Text.
Dm

‘ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ’: ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକାରେ ଇତିହାସ ରଚି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବାଜିମାରିବାକୁ ଯାଉଛନ୍ତି। ଆଉ ମାତ୍ର କିଛି ରାଜ୍ୟର ରେଜଲ୍ଟ ଆସିବାକୁ ବାକି ଥିବା ବେଳେ ଟ୍ରମ୍ପ ହ୍ୱାଇଟ ହାଉସକୁ ଯିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୦ ହାସଲ କରି ସାରିଛନ୍ତି। ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସ ଏକ ପ୍ରକାରର ପରାସ୍ତ ହୋଇଛନ୍ତି। ଆମେରିକା ଇତିହାସରେ ଟ୍ରମ୍ପ ଏମିତି ଜଣେ ରାଷ୍ଟ୍ରପତି ଯିଏ ପ୍ରଥମଥର ପାଇଁ […]

Read More Text.
Image 1730881313

‘ଆତଙ୍କବାଦୀକୁ ସହାୟତା କଲେ ବୁଲିବ ବୁଲଡୋଜର’

ଯିଏ ଆତଙ୍କବାଦୀଙ୍କୁ ସହାୟତା କରିବ ତା’ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ହେବ ବୁଲଡୋଜର ଆକ୍ସନ। ତାଙ୍କ ଘର ଉପରେ ଚାଲିବ ବୁଲଡୋଜନର। ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ ଘଟଣା ଦିନକୁ ଦନ ବଢ଼ି ଚାଲିଛି। ଏହାକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ। ଆତଙ୍କବାଦୀଙ୍କୁ […]

Read More Text.
Afqmoneycqrjev6juphu

ଐତିହାସିକ ବିଜୟ ସହ ୧୩୨ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହେଲେ ଡୋନାଲ୍ଟ ଟ୍ରମ୍ପ

ଦ୍ୱିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ଫେରିବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ ସମସ୍ତ ୭ଟି ଯାକ ସ୍ୱିଙ୍ଗ ଷ୍ଟେଟରେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ମାତ ଦେଇଛନ୍ତି। ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଟ୍ରମ୍ପ ଏଯାଏ ୨୭୭ଟିରେ ଜିତିଥିବା ବେଳେ କମଳା ୨୨୪ରେ ଅଟକି ଯାଇଛନ୍ତି। ରାଷ୍ଟ୍ରପତି ହେବା ପାଇଁ ୨୭୦ଟି ଇଲେକ୍ଟୋରାଲ ଭୋଟ ଆବଶ୍ୟକ। ଏହାକୁ ଗଣତି ଶେଷ ହେବା ପୂର୍ବରୁ ଟ୍ରମ୍ପ ହାସଲ କରି ନେଇଛନ୍ତି। […]

Read More Text.
Jd Vance 1730897181

ଚର୍ଚ୍ଚାରେ ଟ୍ରମ୍ପଙ୍କ ଡେପୁଟି ଓ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ବୃହତ୍ତ ବ୍ୟବଧାନରେ ହରାଇବାକୁ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ଟ୍ରମ୍ପ ବିଜୟୀ ହେବା ନିଶ୍ଚିତ ହୋଇଥିବାରୁ ସେ ଆଜି ଫ୍ଲରିଡାର ପାଲମ ବିଚ କାଉଣ୍ଟୀ କନଭେନସନ ସେଣ୍ଟରରେ ନିଜ ସମର୍ଥକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ତାଙ୍କ ଡେପୁଟି ଅର୍ଥାତ ଆମେରିକାର ଉପ ରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ବିଜୟରେ […]

Read More Text.
Image 1730868997

ଟ୍ରମ୍ପଙ୍କ ପାଇଁ ହୋମ ଯଜ୍ଞ, ଭିଡିଓ ଭାଇରାଲ

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କରିଛନ୍ତି ହୋମ ଯଜ୍ଞ। ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସାଧୁମାନେ ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି […]

Read More Text.