ବାରିପଦା : ଗତକାଲି ସନ୍ଧ୍ୟା ସମୟରେ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ତହସିଲଦାର ଉପେନ୍ଦ୍ର କୁମାର ଦାସ ଲଘୁ ଖଣିଜ ବେଆଇନ ଚୋରା ଚାଲାଣ ହେଉଥିବାର ଖବର ପାଇ ସ୍ଥାନୀୟ ବାଛୁରୀପାଳ ଛକ ନିକଟରେ ଡ୍ୟୁଟି କରୁଥିବା ସମୟରେ ବେଆଇନ ଏକ ମାଟି ବୋଝେଇ ଟ୍ରାକ୍ଟର କୁ ଅଟକାଇ କୁ ଉଦ୍ୟମ କରିଥିଲେ l
ଏହି ସମୟରେ ଟ୍ରାକ୍ଟର ଟି ଖୁବ ଜୋରରେ ତାଙ୍କ ଗାଡି ଆଡ଼କୁ ମାଡି ଆସିଥିଲା l ତହସିଲ ଙ୍କ ଗାଡି ର ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିଟିକୁ ସାଇଡ କରିଦେବାରୁ ଏକ ଅଘଟଣାରୁ ବର୍ତ୍ତି ଯାଇଛନ୍ତି l ଏହାପରେ ଟ୍ରାକ୍ଟର ଟି ଖୁବ ଜୋରରେ ଚାଲିଯାଇଥିଲା l ଏହି ଘଟଣାକୁ ନେଇ ତହସିଲଦାର ଙ୍କ ଅଭିଯୋଗ କ୍ରମେ ରସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରିବା ସହିତ ଟ୍ରାକ୍ଟର ଡ୍ରାଇଭର ଚନ୍ଦୁ ବାସ୍କେ କୁ ପୋଲିସ ଗିରଫ କରିବା ସହିତ ଟ୍ରାକ୍ଟର କୁ ଜବତ କରିଅଛି l
