27

ବାରିପଦା ବ୍ଲକର ମାଧ୍ୟମିକ ପ୍ରଧାନ ଶିକ୍ଷକମାନଙ୍କ ମାସିକ ସମୀକ୍ଷା ବୈଠକ

ରାଜ୍ୟ
ବାରିପଦା: ବାରିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନଙ୍କ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I
ଏହି ବୈଠକରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ  ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସ ସ୍ୱାଗତ କରିବା ପରେ ​ବୈଠକରେ ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ବିକାଶ, ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳର ଉନ୍ନତି, ‘ଏଲ୍‌ଇପି ଉତ୍କର୍ଷ’, ‘ସ୍କୁଲ ଏକ୍ସିଲେନ୍ସ ପ୍ରୋଗ୍ରାମ’, ୟୁଡାଇସ ତଥ୍ୟ ଅପଡେସନ୍, ବିଦ୍ୟାଳୟ ସୁରକ୍ଷା ଏବଂ ମୁକ୍ତ ବିଦ୍ୟାଳୟ ନାମଲେଖା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା I
ଏହି ବୈଠକରେ ମୋଟ ୩୨ ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ I ବୈଠକର ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *