28

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ନଂ ୧ ଡ୍ୟାନ୍ସ ଗ୍ରୁପର କୁନି କଳାକାରଙ୍କ ନୃତ୍ୟ ପରିବେଷଣ

ରାଜ୍ୟ
ବାରିପଦା :  ସ୍ଥାନୀୟ ଭଞ୍ଜପୁର ଠାରେ ଆୟୋଜିତ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା – ୨୦୨୬ ର ତୃତୀୟ  ସନ୍ଧ୍ୟାରେ ପ୍ରଥମେ ନଂ ୧ ଡ୍ୟାନ୍ସ ଗ୍ରୁପର କୁନିକୁନି କଳାକାରମାନଙ୍କ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା I ପରେପରେ ଭାରତୀ କଲେଜ ଅଫ ନର୍ସିଙ୍ଗ, ଆର ଏନ ଡ୍ୟାନ୍ସ ଗ୍ରୁପ, ରାଜକମଲ ହ୍ୟାପି କିଡ଼ସ ସ୍କୁଲ ଓ ଭାରତୀ ପବ୍ଲିକ ସ୍କୁଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଶେଷରେ ପରମେଶ୍ୱର ଓଲିଉଡ଼ ଷ୍ଟାର ଡ୍ୟାନ୍ସ ନାଇଟର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା I ସମ୍ପାଦକ କିଶୋର ପଲେଇଙ୍କ ଦିଗ ଦର୍ଶନରେ ଡ଼ ପ୍ରିତମ ପଣ୍ଡା, ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଉପଦେଷ୍ଟା କମିଟିର ଉପାଧ୍ୟକ୍ଷ ନନ୍ଦିକେଶ ଶେଜପଡା ଓ ମେଳା ସାଧାରଣ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ I ଆସନ୍ତା କାଲି କରଂଜିଆର ଚାରୁ ଡ୍ୟାନ୍ସ ଏକାଡେମୀର କାର୍ଯ୍ୟକ୍ରମ ପରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜଙ୍କ ଓଲିଉଡ଼ ନାଇଟ କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I

Leave a Reply

Your email address will not be published. Required fields are marked *