ବାରିପଦା : ଶୁଳିଆପଦା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଧଳଙ୍କ ଅକାଳ ବିୟୋଗରେ ମୟୁରଭଞ୍ଜ ଜିଲ୍ଲାର ଏ ବି ଇ ଓ ସଂଘ ତରଫରୁ ସ୍ଥାନୀୟ ଡାଏଟ ପ୍ରାଙ୍ଗଣରେ ଶୋକ ପ୍ରାର୍ଥନା କରିବା ସହିତ ସ୍ମୃତି ଚାରଣା କରାଯାଇଛି I ସ୍ବର୍ଗତ ଧଳ ୨୦୨୩ ମସିହାରେ ଏ ବି ଇ ଓ ଭାବେ ଠାକୁରମୁଣ୍ଡା ବ୍ଲକରେ ଯୋଗ ଦେଇଥିଲେ I ନିକଟରେ ଶୁଳିଆପଦା ବ୍ଲକକୁ ବଦଳି ହୋଇ ଆସିଥିଲେ। କିନ୍ତୁ ଦୀର୍ଘଦିନ ଧରି ଶରୀର ଅସୁସ୍ଥତା ଯୋଗୁଁ ୨୪ ତାରିଖ ସନ୍ଧ୍ୟା ୫ ଟା ରେ ମୁତ୍ଯୁ ବରଣ କରିଯାଇଛନ୍ତି I ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ, ଅମାୟିକ, ମିଷ୍ଟଭାଷୀ ସରଳ ପ୍ରକୃତିର ମଣିଷ ଥିଲେ I
ଏହି ସ୍ମୃତି ସଭାରେ ଏ ବି ଇ ଓ ସଂଘର ସଭାପତି ଘନଶ୍ୟାମ ସିଂ, ଉପ ସଭାପତି ପାଲୁ ହାଁସଦା, ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ , କୋଷାଧ୍ୟକ୍ଷ ସରସ୍ବତୀ ସିଂ ଓ କାର୍ଯ୍ୟକାରୀ ସଦସ୍ୟଙ୍କ ସମେତ ଏ ବି ଇ ଓ ହେମ ମାଝୀ, ତପସ୍ୱିନୀ ଦାଶ, ଜଗନ୍ନାଥ ନାଏକ, ରୁହ୍ୟା ସିଂ, ଅଭିରାମ ନାୟକ, ବିଜୟ କୁମାର ବାରିକ, ଡମ୍ବରୁ ଧର ନାୟକ, ତ୍ରିଲୋଚନ ନାୟକ ଓ ଅଶ୍ୱନୀ ସିଂହ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଧଳଙ୍କ ବିଭିନ୍ନ ସୁଗୁଣାବଳୀର ସ୍ମୃତି ଚାରଣ କରିଥିଲେ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ I
