25

ସିପିଆଇର ଜିଲ୍ଲା ପରିଷଦ ବୈଠକ

ରାଜ୍ୟ
  • ଡିସେମ୍ବର 3 ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲଭରୋ ଆନ୍ଦୋଳନ 
ବାରିପଦା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ମୟୁରଭଞ୍ଜ ଜିଲ୍ଲା ଅନ୍ଧାରୀ ଠାରେ ସାଥୀ ଶୁକଦେବ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଚଳନ୍ତି ରାଜନୈତିକ ଓ ସାଂଗଠନିକ ସ୍ଥିତିର ରିପୋର୍ଟ ଉପସ୍ଥାପିତ କରିଥିଲେ l ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। କ୍ଷମତା ଏବଂ ବ୍ୟବସ୍ଥାର ପରିବର୍ତ୍ତନ ଆହ୍ୱାନରେ ସିପିଆଇ ପକ୍ଷରୁ ଡ଼ିସେମ୍ବର ୧,୨ ଓ ୩ ତାରିଖରେ ଆଇନ୍ ଅମାନ୍ୟ – ଜେଲ୍ ଭରୋ ଆନ୍ଦୋଳନ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି।
ଦେଶର ଜନସ୍ବାର୍ଥ, ଗଣତନ୍ତ୍ର ଓ ମାନବୀୟ ଅଧିକାରର ସୁରକ୍ଷା ପାଇଁ ଆଗାମୀ ଡିସେମ୍ବର ୩ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି।  ବୈଠକରେ ନାରାୟଣ ଟୁଡୁ, ପ୍ରତାପ ନାଏକ, ଶୁକଦେବ ନାଏକ, ହୀରା ଲାଲ୍ ସିଂ, ସାରଥୀ ନାଏକ, ସୁକୁମାରୀ ବେଶ୍ରା, ଶ୍ୟାମଳେନ୍ଦୁ ସିଂ,ରାଜୀବ ବିନ୍ଧାଣି, ଶତୃଘ୍ନ ନାଏକ, ଗୋପବନ୍ଧୁ ସିଂ, ସୁମିତ୍ରା ନାଏକ ପ୍ରମୁଖ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଜୋନ, ଶାଖାର ନେତୃତ୍ୱ ଯୋଗ ଦେଇଥିଲେ  l

Leave a Reply

Your email address will not be published. Required fields are marked *