୨୮

ତ୍ରିଧାରା ନାଟ୍ୟ ଉତ୍ସବ ୨୦୨୬ ର ଶେଷ ସନ୍ଧ୍ୟାରେ ମନମୋହିଲା ନାଟକ “ଆପଣା ଦନ୍ତେ ଜିହ୍ୱା ଛେଦି”

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ତ୍ରିଧାରା ନାଟ୍ୟ ଉତ୍ସବ ୨୦୨୬ ର ୩ୟ ସନ୍ଧ୍ୟାରେ ନୁପୁର ପ୍ରଯୋଜିତ ଡ଼. କୁମରମଣି ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଆପଣା ହସ୍ତେ ଜିହ୍ୱା ଛେଦି” ମଞ୍ଚସ୍ଥ ହୋଇଯାଇଛି I ବିଭିନ୍ନ ଭୂମିକାରେ କୁମରମଣି ନାୟକ, ପ୍ରବୀର କଲିଆ, ଅଜୟ କୁମାର ପରିଡା, ସୁବ୍ରତ କୁମାର ବସା, କାକୋଳି ନନ୍ଦୀ, ଶୁଭମ କୁମାର ସାହୁ, ଅମିତ ଅରବିନ୍ଦ ନାୟକ, ସଂଜୀବ କୁମାର ଦଲାଇ, ସିଦ୍ଧେଶ୍ୱର ବେହେରା ଓ ଜ୍ୟୋତି ପ୍ରକାଶ ଦାସ ଅଭିନୟ କରିଥିବା ବେଳେ ସଂଗୀତରେ ଟୁନଟୁନ ସାହୁ, ମଞ୍ଚ ପରିଚାଳନାରେ ଅଜିତ ପାଣିଗ୍ରାହୀ ଓ ସତ୍ୟାନନ୍ଦ ଶେଜପଡା, ଆଲୋକରେ ଦ୍ଵିଜ କିଶୋର ପରିଡା ସହଯୋଗ କରିଥିଲେ I
ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ସିନେ ପ୍ରଯୋଜକ ସଂଜୀବ ଦ୍ବିବେଦୀ, ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି, ଛାତ୍ରନେତା ଆଭାସ ଦେ, ସ୍ନେହାଶିଷ ପାଲ, ଦେବବ୍ରତ ସାମଲ, ଅଭିନେତା ଓ ନିର୍ଦ୍ଦେଶକ ଗୁହିରାମ ଜେନା ଉପସ୍ଥିତ ରହି ଉତ୍ସବର ଉତ୍ତୋରତର ଉନ୍ନତି କାମନା କରିଥିଲେ I ଅଭିନେତା ତଥା ଉତ୍ସବର ସଂଯୋଜକ ଜ୍ଞାନରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ I ନାଟ୍ୟ ଉତ୍ସବର ସମ୍ପାଦକ ମହେଶ କୁମାର ସାହୁଙ୍କ ନେତୃତ୍ୱରେ ରଣଜିତ ସାହୁ,ବିଜୟ ସେଠି, ଧନଞ୍ଜୟ ସାହୁ , ରାଜେନ୍ଦ୍ର ସାହୁ, ଅଭିଜିତ ପଣ୍ଡା, ହିମାଂଶୁ ସାହୁ, ଆଦ୍ୟାଶା ସାହୁ, ସଜନା ବକ୍ତା, ନିକିତା ମହାନ୍ତି ପ୍ରମୁଖ ନାଟ୍ୟ ଉତ୍ସବକୁ ସଫଳ କରିଥିଲେ I

Leave a Reply

Your email address will not be published. Required fields are marked *