- ମଞ୍ଚସ୍ଥ ହେଲା ନାଟକ “ପାପ ପୁଣ୍ୟ”
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ତ୍ରିଧାରା ନାଟ୍ୟ ଉତ୍ସବ ୨୦୨୬ ଉଦଘାଟିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ କରଞ୍ଜିଆ ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବରିଷ୍ଠ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲ, ପ୍ର. ଡ଼. ଏମ ହିମାବିନ୍ଦୁ, ସିନେ ପ୍ରଯୋଜକ ଉମେଶ ପଟ୍ଟନାୟକ, ଅଭିନେତା ଓ ନିର୍ଦ୍ଦେଶକ ଡ଼. କୁମାରମଣି ନାୟକ ଏବଂ ଅନ୍ନଦା ଶଙ୍କର ଦାଶ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ I
ପ୍ରଥମ ସନ୍ଧ୍ୟାରେ ଉଜ୍ଜୟିନୀ ନାଟ୍ୟଶାଳା ପ୍ରଯୋଜିତ ତଥା ମହେଶ ସାହୁ (ତପୁ ବାବା) ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସତ୍ୟ ନାରାୟଣ ଦାସ, ଅନୁରାଧା ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ଅଭିଜିତ ପଣ୍ଡା, ଲିପିକା ରଣା, ଅଶୋକ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ପ୍ରମୋଦ ସାହୁ, ଲୂଇ ଦେବସ୍ମିତା, ଶ୍ରଦ୍ଧାକ୍ଷୀନି ବେହୁରିଆ, ରବୀନ୍ଦ୍ର ସିଂ, ଜ୍ୟୋତିର୍ଜୀଵ, ହିମାଂଶୁ ଅଭିନୟ କରିଥିବା ବେଳେ ସହ ନିର୍ଦ୍ଦେଶନାରେ ସଂଗୀତରେ ସୁଧାନ୍ୟା ନାୟକ ଓ କଣ୍ଠଦାନରେ ଧର୍ମଜିତ ସହଯୋଗ କରିଥିଲେ I ଗୁହିରାମ ଜେନା ଓ ରଞ୍ଜିତ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ଆସନ୍ତା କାଲି ବାସ୍ତବ ପ୍ରଯୋଜିତ ତଥା ରଣଜିତ ପଟ୍ଟନାୟକଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକ “ତିତିଲି” ମଞ୍ଚସ୍ଥ ହେବ ବୋଲି ନାଟ୍ୟ ସଂସ୍ଥା ର ସଦସ୍ୟ ବୃନ୍ଦ ପ୍ରକାଶ କରିଛନ୍ତି I
