୩

ପ୍ରବଳ ବର୍ଷା ପାଇଁ ଶନିବାର ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା

ରାଜ୍ୟ

ବାରିପଦା: ବାତ୍ୟା ଆକଭନ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ଗତକାଲି ଗୁରୁବାର ଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ର ପ୍ରଭାବ ଲାଗିରହିଅଛି l ଆସନ୍ତାକାଲି ଶନିବାର ପର୍ଯ୍ୟନ୍ତ ବର୍ଷା ର ପ୍ରଭାବ କୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲାର  ପ୍ରାଥମିକ  ଠାରୁ  ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଅଛି l

ବାତ୍ୟା ପ୍ରଭାବରେ ଭାରି ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲା କୁ ଶୁକ୍ରବାର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ନିଙ୍ଗ ଜାରି କରାଯାଇଥିବା ଯୋଗୁଁ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ଗତକାଲି ଶୁକ୍ରବାର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଥିବାବେଳେ ପୁଣି ଆସନ୍ତାକାଲି ଶନିବାର ମଧ୍ଯ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଅଛି   l ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବେତନଟୀ, ଖୁଣ୍ଟା, ଜି ବି ନଗର, ଉଦଳା,କପ୍ତିପଦା, ଶୁକୃଳି, ବଡ଼ସାହି, ଯଶିପୁର,ଠାକୁରମୁଣ୍ଡା ରରୁଆଁ ବ୍ଲକ ସମେତ  ଉଦଳା ଏନଏସି ରୁ ଆଜି ସନ୍ଧ୍ୟା ସୁଦ୍ଧା 9665 ଜଣ ଙ୍କୁ 91 ଗୋଟି ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଅଛି l

ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଅଛି  l ଏତଦ ବ୍ୟତୀତ ଜିଲ୍ଲା ପ୍ରଶାଶନ ପକ୍ଷରୁ 320 ଜଣ ଗର୍ଭବତୀ ମହିଳା ଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବାର  ସୂଚନା ଦିଆଯାଇଅଛି l

Leave a Reply

Your email address will not be published. Required fields are marked *