ବାରିପଦା : ବାତ୍ୟା ଆକଭନ କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଅଛି l
ବାତ୍ୟା ପ୍ରଭାବରେ ଭାରି ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲା କୁ ଆସନ୍ତାକାଲି ଶୁକ୍ରବାର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ନିଙ୍ଗ ଜାରି କରାଯାଇଥିବା ଯୋଗୁଁ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ଆସନ୍ତାକାଲି ଶୁକ୍ରବାର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଛନ୍ତି l ଯେପରି କୌଣସି ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ନ ଆସନ୍ତି ସେଥିପାଇଁ ସମସ୍ତ ପ୍ରଧାନ ଶିକ୍ଷକ, ପ୍ରିନସିପାଲ ମାନଙ୍କୁ ବିଭିନ୍ନ ମେସେଜ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଅଛି l
