Screenshot 2026 11 12 135842 750x430

ନୌସେନାକୁ ମିଳିବ ୩,୩୦୦ରୁ ଅଧିକ ଅଗ୍ନିବୀର, ଆସନ୍ତାକାଲି ଆଇଏନଏସ୍ ଚିଲକାରେ ପାସିଂ ଆଉଟ୍ ପରେଡ୍

ଦେଶ - ବିଦେଶ

ନୂଆଦିଲ୍ଲୀ: ଆଇଏନଏସ୍ ଚିଲିକା (INS Chilka) ଠାରେ ଆସନ୍ତା ନଭେମ୍ବର ୧୩ ତାରିଖରେ ଭାରତୀୟ ନୌସେନାର ୩,୩୦୦ରୁ ଅଧିକ ନୂଆ ଅଗ୍ନିବୀର ଏବଂ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ନାବିକମାନଙ୍କର ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହେବ। ଏଥିସହିତ ଏହା ଆଇଏନଏସ୍ ଚିଲିକା ଇତିହାସରେ ସର୍ବବୃହତ ପାସିଂ ଆଉଟ୍ ବ୍ୟାଚ୍ ହେବାକୁ ଯାଉଛି।

ଏହା ଭାରତୀୟ ନୌସେନା ଅଗ୍ନିବୀରମାନଙ୍କର ନବମ ବ୍ୟାଚ୍ ଅଟେ। ସମସ୍ତ ପ୍ରଶିକ୍ଷାର୍ଥୀ ୧୬ ସପ୍ତାହର କଠୋର ପ୍ରାରମ୍ଭିକ ପ୍ରଶିକ୍ଷଣ ସଫଳତାର ସହ ଶେଷ କରି ଦେଶ ସେବାରେ ଯୋଗଦେବେ। ଏହି ଐତିହାସିକ ପରେଡରେ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣା ସ୍ୱାମୀନାଥନ ମୁଖ୍ୟ ଅତିଥି ତଥା ସମୀକ୍ଷା ଅଧିକାରୀ ଭାବେ ଯୋଗଦେବେ। ସାରା ଦେଶର ଲୋକମାନେ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଭାରତୀୟ ନୌସେନା (Indian Navy)ର ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜ୍‌ରେ ଏହାର ସିଧା ପ୍ରସାରଣ କରାଯିବ।

କେନ୍ଦ୍ର ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ, ୪ ବର୍ଷର କାର୍ଯ୍ୟକାଳ ପରେ ସ୍ଥାୟୀ ନିଯୁକ୍ତି ପାଇନଥିବା ଅଗ୍ନିବୀରମାନଙ୍କୁ ଆଉ ୨ ବର୍ଷର ଅତିରିକ୍ତ ସେବା ସୁଯୋଗ ମିଳିବ। ଏହା ପରେ ସେମାନେ ପୁଣିଥରେ ସ୍ଥାୟୀ କ୍ୟାଡରରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ବ୍ୟାଚ୍‌ର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି ସଂଶୋଧିତ ନିୟମର ଲାଭ ପାଇବେ।