Kishtwar

ଜମ୍ମୁ-କଶ୍ମୀର କିସ୍ତୱାଡାରେ ନିଖୋଜ ଦୁଇ ପୋଲିସ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ଦେଶ - ବିଦେଶ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀର କିସ୍ତୱାଡାରେ ଚାଞ୍ଚଲ୍ୟ । ଜଙ୍ଗଲରୁ ମିଳିଲା ଦୁଇ ପୋଲିସ ଅଧିକାରୀଙ୍କ ମୃତଦେହ । ପୋଲିସ ଅଧିକାରୀଙ୍କ ସର୍ଭିସ ବନ୍ଧୁକ ନିଖୋଜ ଥିବା ଜଣାପଡିଛି । ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜଙ୍ଗଲରୁ ନିଖୋଜ ଦୁଇ SPOଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଜମ୍ମୁ-କଶ୍ମୀର ପୋଲିସର ଦୁଇଜଣ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କ ଶରୀରରେ ବହୁ କ୍ଷତ ଚିହ୍ନ ରହିଛି ।

ସହିଦ ହୋଇଥିବା ଦୁଇ ଅଧିକାରୀ ହେଲେ ବାବୁ ଚାନ୍ଦ ଏବଂ ରଶ୍ମିପାଳ କୁମାର । ବାବି ଚାନ୍ଦଙ୍କ ବୟସ ୫୭ । ରଶପାଲଙ୍କ ବୟସ ୪୫ ବର୍ଷ । ସେମାନେ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ବା SOG ସହିତ କାର୍ଯ୍ୟରତ ଥିଲେ । ଦଛାନ ଅଞ୍ଚଳର ଉଚ୍ଚ ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ସେନା ପୋଷ୍ଟକୁ ଯିବା ବେଳେ ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ ଆତଙ୍କୀ । ଏହି ଦୁଇ ଅଧିକାରୀ ବୁଧବାର ଦିନ ସେମାନଙ୍କ କ୍ୟାମ୍ପରୁ ଏକ ସେନା ପୋଷ୍ଟକୁ ଯାଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ସେମାନେ ଫେରିନଥିବାରୁ ଏବଂ ସେମାନଙ୍କ ଫୋନ୍ ବନ୍ଦ ରହିବାରୁ ସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତଲାସୀ ଅଭିଯାନ ସମୟରେ ନିଖୋଜ ସ୍ଥାନରୁ ଦୁଇ କିମଲୋମିଟର ଦୂରରୁ ସେମାନଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି ।

ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଡ୍ରୋନ୍, ସ୍ନିପର ଡଗ୍ ସହାୟତାରେ ଚାଲିଥିଲା ଅପରେସନ୍ । ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ମିଳିଛି । ଅତି ନିକଟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଏସପିଓଙ୍କ ସର୍ଭିସ୍ ବନ୍ଧୁକ ନିଖୋଜ ଥିବାରୁ, ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରାଯାଉଛି । ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳରେ ବ୍ୟାପକ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି ।